କନ୍ଧମାଳରେ ଲଜ୍ଜାଜନକ ଘଟଣା । ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ ।

886

କନକ ବ୍ୟୁରୋ: କନ୍ଧମାଳରେ ଲଜ୍ଜାଜନକ ଘଟଣା । ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗିବାଡ଼ିରେ । ଦାରିଙ୍ଗିବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ।

ଏନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଛି । ଖବର ପ୍ରଚାରିତ ହେବା ପରେ ଶତାଧିକ ଗ୍ରାମବାସୀ ସ୍କୁଲ୍ ପରିସରରେ ପହଁଚିଛନ୍ତି । ସେପଟେ ପୁଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି । ତେବେ ମାଆ ଓ ଶିଶୁ କେଉଁଠି ଅଛନ୍ତି ତାହା ଜଣାପଡ଼ିନାହିଁ ।