ୟୁପିରେ ବିଜେପିକୁ ମିଳିବ ବଡ଼ ଝଟକା : ଟାଇମ୍ସ ନାଓ-ଭିଏମଆର ଜନମତ ସର୍ଭେ

465

କନକ ବ୍ୟୁରୋ : ଟାଇମ୍ସ ନାଓ-ଭିଏମ୍‌ଆର ଜନମତ ସର୍ଭେ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ ଏବଂ ଝୁଲା ଲୋକସଭା ସୃଷ୍ଟି ହେବ । ଉତ୍ତରପ୍ରଦେଶରେ ଏନ୍‌ଡିଏକୁ ବଡ଼ କ୍ଷତି ସହିବାକୁ ହେବ । ୨୦୧୪ ନିର୍ବାଚନରେ ଏନ୍‌ଡିଏ ୭୪ଟି ଆସନ ୟୁପିରେ ଜିତିଥିବା ବେଳେ ଏଥର ୨୭ ଆସନ ପାଇବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ୟୁପିରେ ଏସ୍‌ପି-ବିଏସ୍‌ପି ମେଣ୍ଟ ୫୧ଟି ଆସନ ପାଇବ । ଦେଶର ୫୪୩ଟି ଆସନରେ ଏହି ସର୍ଭେ ହୋଇଥିବା ବେଳେ ଏନ୍‌ଡିଏ ୨୫୨ ଏବଂ ୟୁପିଏ ୧୪୭ ଆସନ ପାଇବ ବୋଲି ଅନୁମାନ କରାଯାଇଛି । ଅନ୍ୟମାନଙ୍କୁ ୧୪୪ ଆସନ ମିଳିବ ବୋଲି କୁହାଯାଇଛି । ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ଏନ୍‌ଡିଏ ୧୩ଟି ଏବଂ ବିଜେଡିକୁ ୮ଟି ଆସନ ମିଳିବ ବୋଲି ସର୍ଭେ ଦର୍ଶାଇଛି ।

ଝା‌ଡ଼ଖଣ୍ଡରେ ୟୁପିଏକୁ ୮, ଏନ୍‌ଡିଏକୁ ୬ ଆସନ, ବିହାରରେ ୪୦ ଆସନରୁ ଏନ୍‌ଡିଏକୁ ୨୫ ଏବଂ ୟୁପିଏକୁ ୧୫ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରୁ ପ୍ରକାଶ । ପଶ୍ଚିମବଂଗରେ ଟିଏମ୍‌ସି ୩୨, ୟୁପିଏ ୧ ଏବଂ ଏନ୍‌ଡିଏ ୯ଟି ଆସନରେ ବିଜୟୀ ହେବ ବୋଲି ଅନୁମାନ କରାଯାଇଛି । ମହାରାଷ୍ଟ୍ରରେ ୪୮ ଆସନରୁ ଏନ୍‌ଡିଏକୁ ୪୩ ଏବଂ ୟୁପିଏକୁ ୫ଟି ଆସନ, ଆସାମରେ ୧୪ଟି ଆସନରୁ ୟୁପିଏକୁ ୩ ଏବଂ ଏନ୍‌ଡିଏକୁ ୮ଟି ଆସନ ମିଳିବ ବୋଲି କୁହାଯାଇଛି । କର୍ଣ୍ଣାଟକରେ ଉଭୟ ଏନ୍‌ଡିଏ ଏବଂ ୟୁପିଏକୁ ୧୪ଟି ଲେଖାଏଁ ଆସନ, ରାଜସ୍ଥାନରେ ୨୫ ଆସନରୁ ଏନ୍‌ଡିଏକୁ ୧୭ ଏବଂ ୟୁପିଏକୁ ୮ଟି ଆସନ, ଦିଲ୍ଲୀରେ ଏନ୍‌ଡିଏକୁ ୬, ଆପ୍‌କୁ ୧ ଆସନ, ମଧ୍ୟ ପ୍ରଦେଶରେ ୨୯ ଆସନରୁ ଏନ୍‌ଡିଏକୁ ୨୩ଟି ଆସନ ଏବଂ ୟୁପିଏକୁ ୬ ଆସନ ମିଳିବ ବୋଲି ଏହି ସର୍ଭେ ଦର୍ଶାଇଛି ।

ଜମ୍ମୁ କଶ୍ମୀରେ ୬ଟି ଆସନରୁ ଏନ୍ସି ୪, ଏନଡିଏ ୧ ଏବଂ ୟୁପିଏ ୧ ଆସରେ ବିଜୟୀହେବା ସମ୍ଭାବନା ରହିଛି। ପଂଜାବରେ ୧୩ଟି ଆସନରୁ ଏନ୍‌ଡିଏ ଏଠାରେ ଖାତା ମଧ୍ୟ ଖୋଲି ପାରିବ ନାହିଁ । ଆପ୍‌ ଏଠାରେ ଗୋଟିଏ ଆସନ ଏବଂ ୟୁପିଏ ୧୨ଟି ଆସନ ପାଇବ ବୋଲି କୁହାଯାଇଛି । ଛତିଶଗଡ଼ରେ ୧୧ ଆସନରୁ ଏନ୍‌ଡିଏ ୫ ଏବଂ ୟୁପିଏ ୬ଟି ଆସନରେ ବିଜୟୀ ହେବ । ଗୁଜରାଟରେ ୨୪ ଆସନରୁ ଏନ୍‌ଡିଏ ୨୪ଟି ଆସନ ପାଇବ ଏବଂ ୟୁପିଏକୁ ୨ଟି ଆସନ ମିଳିବ ବୋଲି କୁହାଯାଇଛି । ଆନ୍ଧ୍ର ପ୍ରଦେଶରେ ୨୫ ଆସନରୁ ୱାଇଏସ୍‌ଆର୍‌ସିପିକୁ ୨୩ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି । ତାମିଲନାଡ଼ୁରେ ୩୯ ଆସନରୁ ୟୁପିଏକୁ ୩୫ ଆସନ , ଏଆଇଏଡିଏମ୍‌କେକୁ ୪ ଆସନ ମିଳିବ ବୋଲି କୁହାଯାଇଛି ।