ଏଚଆଇଭିକୁ ରୋକିବାରେ ସହାୟକ ହେଉଛି ଏକ ନୀଳ ରଙ୍ଗର ବଟିକା ! ଜାଣନ୍ତୁ ଔଷଧର ନାଁ ଓ ତା’ର ଦାମ୍

56

ଏକ ଆଣ୍ଟିଭାଇରାଲ ବଟିକା ଯାହାକୁ ସିଡନୀ ଓ ଅଷ୍ଟ୍ରେଲିୟାର ଅନ୍ୟ ଭାଗରେ ହଜାର ହଜାର ଲୋକ ପ୍ରତିଦିନ ଖାଉଛନ୍ତି । ଏହା ଦ୍ୱାରା ନୂଆ ଏଚଆଇଭିର ମାମଲା କମିଥିବା ରେକର୍ଡ କରାଯାଇଛି । ଏହା ଦ୍ୱାରା ଜଣାପଡୁଛି କି ଟାର୍ଗେଟ କରି ଯଦି ବଂଚିବାର ଉପାୟ ବାହାର କରାଯାଏ, ତେବେ ଏଡସ ଭଳି ମହାମାରୀକୁ ନାଶ କରିବାରେ ସଫଳତା ମିିଳିପାରେ ।

ଔଷଧର ପ୍ରଭାବକୁ ଜାଣିବା ପାଇଁ କରାଯାଇଥିବା ଦୁନିଆର ପ୍ରଥମ ଅଧ୍ୟୟନରେ ଏହା ସାମନାକୁ ଆସିଛି ଯେ, ଗେ ଓ ବାଇ ସେକ୍ସୁଆଲ ପୁରୁଷଙ୍କ ଠାରେ ଏଚଆଇଭିର ନୂଆ ମାମଲାରେ ପାଖାପାଖି ଏକ ତୃତୀୟାଂଶ କମିଥିବା ରେକର୍ଡ କରାଯାଇଛି । ଗିଲିଏଡ୍ ସାଇନ୍ସେସ୍ ର ବଟିକା ‘ଟ୍ରୁଭାଡା’ ଦ୍ୱାରା ବହୁତ ଲୋକଙ୍କ ଠାରେ ଏଡସ୍ ଭୂତାଣୁରେ ହ୍ରାସ ହୋଇଥିବା ଦେଖାଦେଇଛି । ଏହି ଟ୍ରିଟମେଣ୍ଟକୁ ପ୍ରି-ଏକ୍ସପୋଜର ପ୍ରୋଫାଇଲେକ୍ସିସ୍ କିମ୍ବା ଚକ୍ସଋଚ ର ନାମ ଦିଆଯାଇଛି ଓ ଏହା ଦ୍ୱାରା ଭାଇରସ୍ ର ଟ୍ରାନ୍ସମିଶନ୍ ରୋକାଯାଇପାରିବ ।

ନୀଳ ରଙ୍ଗର ଓଭାଲ ସେପ୍ ର ବଟିକା ଟେନୋଫୋବିର୍, ଡିସୋପ୍ରୋକ୍ସିକଲ୍ ଓ ଏମଟ୍ରିସିଟାବିନ୍ ଔଷଧର ଫିକ୍ସ ଡୋଜ୍ ର ମିଶ୍ରଣ । ଟ୍ରୁଭାଡାର ଜେନେରିକ୍ ଭର୍ସନ ବି ପ୍ରସ୍ତୁତ କରାଯାଇଛି, ଯାହା ଶସ୍ତା ଅଛି ।