ମୋଦିଙ୍କ ଏଜେଣ୍ଡାକୁ ନେଇ ତିଆରି ହେଉଛି ସିନେମା

135

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲାପରେ ମୋଦି ସବୁବେଳେ ଭାରତକୁ ପରିବର୍ତନ କରିବାରେ  ଚେଷ୍ଟିତ ଅଛନ୍ତି । କଳାଧନ କାରବାରକୁ ରୋକିବା ପାଇଁ ମୋଦିଙ୍କ ପଦକ୍ଷେପ ମଧ୍ୟ ସ୍ୱାଗତଯୋଗ୍ୟ ।

ବିମୁଦ୍ରାକରଣ ସ୍ଥିତି ପରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଖୁସିରେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

ମୋଦି ସବୁବେଳେ ଲୋକଙ୍କ ହୃଦୟରେ ନିଜ ସ୍ଥାନକୁ ବଜାୟ ରଖିଛନ୍ତି ଦୁଇଟି କାରଣ ପାଇଁ, ତାଙ୍କ ଭାଷଣ ଦେବାର ତରିକା ଏବଂ କିଛି ନୂଆ ଯୋଜନା କରିବାର ଇଚ୍ଛା ପାଇଁ ଆଜି ସେ ଘରେଘରେ ପରିଚିତ ହୋଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଏଜେଣ୍ଡା ଏବଂ ଭାରତକୁ ପରିବର୍ତ୍ତନ କରିବାରେ ତାଙ୍କର ଦୃଷ୍ଟିକୋଣକୁ ନେଇ ତିଆରି କରାଯାଉଛି ଦୁଇଘଣ୍ଟାର ଏକ ଫିଲ୍ମ । ଫିଲ୍ମକୁ ବିହାରର ଜଣେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସୁରେଶ ଝାଙ୍କ ସହାୟତାରେ ତିଆରି କରାଯାଉଛି । ଏହା ବାୟୋପିକ୍‌ ନୁହେଁ ବୋଲି ନିର୍ଦ୍ଦେଶକ ଝା କହିଛନ୍ତି ।

ଫିଲ୍ମର ସୁଟିଂ ମୋଦିଙ୍କ ଗାଁ ସହ ପାଟଣା, ଦରଭଙ୍ଗା ଏବଂ ମୁମ୍ବାଇରେ କରାଯାଇଛି । ଏହାର ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ସରିବା ଉପରେ । ଫିଲ୍ମରେ ମୋଦିଙ୍କ ଭୂମିକାରେ ମୁମ୍ବାଇର ଜଣେ ବ୍ୟବସାୟୀ ବିକାଶ ମହାନ୍ତେ ନଜର ଆସିବେ। ବିକାଶ ଦେଖିବାକୁ ମୋଦିଙ୍କ ଭଳି ହୋଇଥିବାରୁ ତାଙ୍କୁ ମୋଦିଙ୍କ ଭୂମିକା ପାଇଁ ଚୟନ କରାଯାଇଛି ।ଖୁବ୍‌ ଶୀଘ୍ର ଫିଲ୍ମଟି ରିଲିଜ କରାଯିବ ।