ଜମ୍ମୁ କଶ୍ମୀରରେ ଆତଙ୍କବାଦ ବିରୋଧରେ ସେନାର ବଡ ଅପରେସନ : ଆତଙ୍କବାଦୀ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା

30

କନକ ବ୍ୟୁରୋ : ଜମ୍ମୁ କଶ୍ମୀରରେ ଆତଙ୍କବାଦ ବିରୋଧରେ ସେନାର ବଡ ଅପରେସନ । ଆତଙ୍କବାଦୀ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ସୀମାନ୍ତରେ ଥିବା ସୋପିଆନ ଓ ପୁଲୱାମାରେ ୨୦ଗାଁକୁ ଘେରିଲେ ସୁରକ୍ଷା କର୍ମୀ । ଗାଁକୁ ଘେରିଲେ ପରେ ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାକର୍ମୀ । ଗତକିଛି ଦିନ ଧରି ଅଶାନ୍ତ ରହିଛି ସୀମା ।

ପୁଲିସ, ସେନା ଓ ସିଆରପିଏଫ ମିଳିତ ଅପରେସନ ଆରମ୍ଭ କରିଛନ୍ତି । ଗାଁକୁ ଘେରାବନ୍ଦୀ କରିବା ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଫାୟାରିଂ ଆରମ୍ଭ ହୋଇଥିବା ସୂଚନା ମିଳିଛି । ସୋପିଆନ ଓ ପୁଲୱାମାରେ ବ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ଲୁଟ କରିବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରବଳ ପଥର ମାଡ ବି ହୋଇଛି । ସୋମବାର ଦିନ ପାକିସ୍ତାନ ବୋର୍ଡର ଆକ୍ସନ ଟିମ୍ ଭାରତୀୟ ସୀମାକୁ ପ୍ରବେଶ କରି ଯବାନଙ୍କ ଶବକୁ ବିକୃତ କରିଥିଲେ । ଲଗାତର ଭାବେ ଘାଟିରେ ଯେଉଁଭଳି ଭାବେ ଯବାନଙ୍କ ମୃତଦେହ ସହ ବର୍ବରତା , ବ୍ୟାଙ୍କ ଲୁଟ ଓ ପଥରମାଡ଼ ଘଟଣା ଘଟିଚାଲିଛି ଏହାର କଡା ଜବାବ ଦେବାକୁ ପ୍ରସ୍ତୁତ ଭାରତୀୟ ସେନା ।