ଏୟାର ଇଣ୍ଡିଆ ବିମାନରେ ପାଠ ପଢା । କ୍ଲାସ ରୁମରେ ବିମାନ ଚିତ୍ର ଆଙ୍କି ପିଲାଙ୍କୁ ପାଠ ପଢାଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ

ମାଲକାନାଗିରିରୁ ଆସିଲା ଶିକ୍ଷାଦାନର ନିଆରା ଚିତ୍ର

527

କନକ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ପାଠ ପଢା । ଶ୍ରେଣୀ ଗୃହକାନ୍ଥରେ ବିମାନ ଚିତ୍ର ଅଙ୍କାଯାଇ ପିଲାଙ୍କୁ ପାଠ ପଢାଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ମାଲକାନାଗିରି କସ୍ତୁରବା ଗାନ୍ଧି ବାଳିକା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳୁଛି ଏପରି ଦୃଶ୍ୟ । ସ୍କୁଲ କାନ୍ଥରେ ବିମାନର ଚିତ୍ର ଏପରି ଅଙ୍କନ କରାଯାଇଛି, ଯେ ଦୂରରୁ ଦେଖିଲେ ବିମାନର ଭ୍ରମ ସୃଷ୍ଟି କରୁଛି । ମାଲକାନଗିରି ଜିଲ୍ଲାର ପିଲାମାନଙ୍କୁ ବିମାନ ସେବା ସଂପର୍କରେ ଅବଗତ କରାଇବା ପାଇଁ ଏପରି ଅଭିନବ ପ୍ରୟାସ କରିଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ବିମାନ ଭିତରେ ବିଦ୍ୟାଳୟ । ଏ ହେଉଛି ମାଲକାନାଗିରି କସ୍ତୁରବା ଗାନ୍ଧି ବାଳିକା ପ୍ରାଥମିକ ବିଦ୍ୟାଳୟ । ଏଠି ପାଠପଢାଠାରୁ ଆରମ୍ଭ କରି ଖାଇବା, ଖେଳକୁଦ ସବୁଥିରେ ବିମାନର ଅନୁଭୁତି । କୁନି କୁନି ପିଲାଙ୍କ ନାଚଗୀତ, ପାଠପଢା, ଖାଇବା, ପିଇବା ସବୁ କିଛି ଚାଲିଛି ଏହି ବିମାନ ଭିତରେ । ତେବେ ଜିଲ୍ଲାର ପିଲାମାନଙ୍କୁ ବିମାନ ସେବା ସଂପର୍କରେ ଅବଗତ କରାଇବା ପାଇଁ ଏପରି ଅଭିନବ ପ୍ରୟାସ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

ସ୍କୁଲ କାନ୍ଥରେ ବିମାନ ମଡେଲର ଏପରି ଚିତ୍ର ଅଙ୍କାଯିବା ପରେ ପାଠପଢା ପ୍ରତି ପିଲାଙ୍କ ଆଗ୍ରହ ବଢିଛି । ପିଲାଙ୍କୁ ପାଠ ପଢାଇବା ଓ ଖେଳକୁଦ କରାଇବା ସହ ବିମାନ ବିଷୟରେ ଅବଗତ କରାଉଛନ୍ତି ଶିକ୍ଷକ- ଶିକ୍ଷୟତ୍ରୀ । ତେବେ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ଏଭଳି ଅଭିନବ ଉପାୟ ଅବଲମ୍ବନ କରିଛି ସ୍କୁଲ କର୍ତ୍ତୃପକ୍ଷ ।