ଜେଲରୁ ଫେରାର ଅପରାଧୀର ମାଷ୍ଟରପ୍ଲାନ୍ ! ପୋଲିସ ଆଖିରେ ଧୂଳିଦେବା ପାଇଁ କଲା କେଶ ପ୍ରତ୍ୟାରୋପଣ, ତଥାପି ଧରାପଡ଼ିଲା ଚନ୍ଦା ଅଭିଯୁକ୍ତ

85

ପୋଲିସ ଆଖିରେ ଧୂଳିଦେବା ପାଇଁ ଜେଲରୁ ଫେରାର୍ ଅପରାଧୀ ମାଷ୍ଟରପ୍ଲାନ୍ କରିଥିଲା । ନିଜ ଲୁକରେ ପରିବର୍ତ୍ତନ ଆଣି ପୋଲିସକୁ ଠକିବାକୁ ଚାହିଁଥିଲା । ହେଲେ ପୋଲିସର ହାତ ଲମ୍ବା ଉକ୍ତରେ ଧରାଡ଼ିଗଲା ଅଭିଯୁକ୍ତ । ନୂଆ ଲୁକରେ ଏବେ ଜେଲର ହାୱାର ଖାଇବ ଅଭିଯୁକ୍ତ । ହରିଆନାର ମୋହିତ ବଧ୍ଓ୍ଵା ନାମକ ଜଣେ ଅପରାଧୀ ଏପରି କାଣ୍ଡ ଘଟାଇଛି ।

ମୋହିତ ବଧ୍ଓ୍ଵା (୩୦) ନାମକ ଜଣେ ହତ୍ୟାକାରୀ ୨୦୧୬ ଜାନୁଆରି ମାସରେ ପାରୋଲରେ ଜେଲ୍ରୁ ବାହାରିଥିଲା । ହେଲେ ତା’ପରେ ସେ ଜେଲକୁ ଫେରି ନ ଥିଲା,ବରଂ ପଳାତକ ଘୋଷିତ ହୋଇଥିଲା । ମହେଶ ଗତ ନଭେମ୍ବର ୨୦ ତାରିଖରେ ନିଜର କେଶ ପ୍ରତିରୋପଣ କରିଥିଲା । ଚନ୍ଦା ହୋଇଯାଇଥିବା ମହେଶ ଏହା ବାବଦରେ ପ୍ରାୟ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିଲା । ସେ ନିଜର ନିଶ ବି କାଟି ଦେଇଥିଲା ଓ ସଂପୂର୍ଣ୍ଣ ନୂଆ ଲୁକରେ ଆସିଯାଇଥିଲା ।

https://www.adomonline.com

୨୦୦୬ରେ ହରିଆନାର ହିସାରର ଅଧିବାସୀ ମୋହିତ ଜଣେ ଅପରାଧୀକୁ ହତ୍ୟା କରିଥିଲା । ତା’ର ବାପାଙ୍କ ସହିତ ସେହି ଅପରାଧୀ ଝଗଡା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା, ମହେଶ ଏହି ମାମଲାରେ ୨୦୦୮ରେ ଦଣ୍ଡାଦେଶ ପାଇଥିଲା। ସେ ନୂଆ ନାଆଁ ‘ଅଙ୍କିତା’ଭାବେ ନିଜକୁ ପରିଚିତ କରିଥିଲା। ସେ ଡକାୟତରେ ଯୋଜନା କରୁଥିଲା। ଦ୍ୱରକା ମୋର ଏକ ଫ୍ଲାଟ୍ ଭଡା ନେଇ ରହୁଥିଲା ଓ ନିଜ ପାଖରେ ପିସ୍ତଲ ରଖୁଥିଲା। ଡକାୟତ ଯୋଜନା କରୁଥିବା ବେଳେ ମହେଶକୁ ପୁଲିସ ଗିରଫ କରିବା ପରେ ସବୁ କଥା ଜଣା ପଡ଼ିଛି।