ତୁର୍କୀର “ଲଭ-ବେବି’ ! ଜନ୍ମ ପରେ ନର୍ସ ନେଲେ ଶିଶୁ ସହିତ ସେଲଫି

54

ଶିଶୁଟିଏ ଘରେ ଜନ୍ନ ହେଲେ ଘରେ ଖୁସିର ବାତାବରଣ ସୃଷ୍ଟି ହୁଏ । ଶିଶୁଟିଏ ଜନ୍ମ ହେଲେ ମା’ର ମାତୃତ୍ୱକୁ ପୂର୍ଣ୍ଣତା ମିଳିଥାଏ । କିଛି ଶିଶୁଙ୍କ ଜନ୍ମରୁ ତାଙ୍କ ମଧ୍ୟରେ କିଛି ଭିନ୍ନ ଲକ୍ଷଣ ଦେଖାଯାଇଥାଏ, ଆଉ କିଛି ଶିଶୁଙ୍କ ଶରୀରରେ କିଛି ଜନ୍ମ ଚିହ୍ନ ମଧ୍ୟ ରହିଥାଏ ।

ତୁର୍କୀର ଅଙ୍କାରାରେ ଏମିତି ଏକ ଅଦଭୁତ ଶିଶୁ ଜନ୍ମ ହୋଇଛି ଯାର କପାଳରେ “ଲଭ’ର ଚିତ୍ର ରହିଛି । ଶିଶୁଟିର ପରିବାର ବର୍ଗ ଏବଂ ମାତାପିତାଙ୍କ କହିବା ଅନୁସାରେ ଶିଶୁଟି ବହୁତ ଭାଗ୍ୟଶାଳୀ,ଏବଂ ନିଜର କିଛି ସ୍ୱତନ୍ତ୍ର ପ୍ରତିଭା ନେଇ ସେ ଜନ୍ମ ହୋଇଛି ।

ଶିଶୁଟିର ନାମ ସିନାର ଏନଜିନ ରଖା ଯାଇଛି । କିନ୍ତୁ ତାକୁ ସମସ୍ତେ “ଲଭ-ବେବି’ ବୋଲି ଡାକୁଛନ୍ତି । ଶିଶୁଟିର ମାତା, ପିତାଙ୍କର କହିବା କଥା ହେଲା ଶିଶୁଟିର ଏହି ଜନ୍ମ ଚିହ୍ନକୁ ନେଇ ସେମାନେ ବହୁତ ଖୁସି,ଏବଂ ନିଜ ଆଖି ଉପରେ ମଧ୍ୟ ସେମାନେ ବିଶ୍ୱାସ କରିପାରୁ ନାହାଁନ୍ତି ।

ଶିଶୁଟି ଜନ୍ମ ପରେ ତାର ମୁହଁକୁ ଯେତେବେଳେ ନର୍ସ ପରିଷ୍କାର କଲେ କପାଳରେ ଏହି ଚିହ୍ନକୁ ଦେଖି ନର୍ସବି ଶିଶୁଟିର ସହିତ ସେଲଫି ନେଇଥିଲେ ।

ସିନାରର କପାଳର ଏହି ଚିହ୍ନକୁ ତାର ବାପା, ମା ଖୁବ୍ ପସନ୍ଦ କରୁଛନ୍ତି । ବର୍ତମାନ ସିନାର ୧୪ ମାସର । ସିନାରର ପିତା, ମାତାଙ୍କ କହିବା କଥା ଏଇୟା ଯେ ସିନାର ତା’ର ଏହି ଚିହ୍ନ ପାଇଁ ସମସ୍ତଙ୍କ ପାଖରେ ବେଶ୍ ପରିଚିତ ହୋଇସାରିଛି, ଏବଂ ତାକୁ ଦେଖି ସମସ୍ତେ ଯେତେବେଳେ ତା ସହିତ ସେଲଫି ନେବା ପାଇଁ ଆସିଥାନ୍ତି ଆମକୁ ମା, ଏବଂ ବାପା ହିସାବରେ ବହୁତ ଗର୍ବ ଲାଗିଥାଏ ।