ରାଜଧାନୀରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ୧୪ ବର୍ଷର ନାବାଳକ ଅଟକ

21

କନକ ବ୍ୟୁରୋ : ରାଜଧାନୀରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୪ ବର୍ଷର ନାବାଳକ ଅଟକ । ଏହି ଅଭାବନୀୟ ଘଟଣାଟି ମଂଚେଶ୍ୱର ଲାଇନସାହି ବସ୍ତିରେ ଘଟିଛି । ମଙ୍ଗଳବାର ନାବାଳିକାଟି ଘରେ ଏକୁଟିଆ ଥିବାବେଳେ, ଏହି ଅଭିଯୁକ୍ତ ଜଣକ ଘର ଭିତରେ ପଶି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ସାହିର ମୁଖିଆ ମାନଙ୍କ ଉପସ୍ଥିତିରେ ମାମଲାର ରଫାଦଫା ପାଇଁ ଉଦ୍ୟମ ବିଫଳ ହୋଇଥିଲା ।

ସାହି ମୁଖିଆଙ୍କ ନିଷ୍ଫତିରେ ଅଭିଯୁକ୍ତ ପକ୍ଷ ରାଜି ଥିବା ବେଳେ, ନାବାଳିକାର ପରିବାର ପକ୍ଷରୁ ରାଜି ହୋଇ ନଥିଲେ । ଫଳରେ ପରିବାର ପକ୍ଷରୁ ମଂଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଥିଲେ । ନାବାଳିକାର ଡାକ୍ତରି ମାଇନା ପରେ, ଅଟକ ନାବାଳକକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି ।