ଆଇଟି ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର ! ଦେଶର ସବୁଠାରୁ ବଡ଼ ସଫ୍ଟୱେର କମ୍ପାନୀର ନିଷ୍ପତି, ଚଳିତ ବର୍ଷ ୨୮ ହଜାର କ୍ୟାମ୍ପସ ନିଯୁକ୍ତି କରିବ କମ୍ପାନୀ ।

57

କନକ ବ୍ୟୁରୋ: ଆଇଟି ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଦେଶର ସବୁଠୁ ବଡ଼ ସଫ୍ଟୱର କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ ବା (ଟିସିଏସ) ଏ ବର୍ଷ ପ୍ରାୟ ୨୮ ହଜାର କ୍ୟାମ୍ପସ ନିଯୁକ୍ତି ଦେବ । ବିଗତ ଦୁଇ ବର୍ଷ ହେଲା କମ୍ପାନି ବାର୍ଷିକ ହାରାହାରି ପ୍ରାୟ ୨୦ ହଜାର ନିଯୁକ୍ତି ଦେଉଥିଲା । କିନ୍ତୁ ଏବର୍ଷ ଆଇଟି ସର୍ଭିସ କ୍ଷେତ୍ରରେ ଚାହିଦା ଭଲ ଥିବାରୁ କମ୍ପାନିର ବ୍ୟବସାୟ ବଢିଛି । ତେଣୁ ଚଳିତ ବର୍ଷ କମ୍ପାନି ଅଧିକ ନିଯୁକ୍ତି ଦେବ ବୋଲି ସୁଚନା ମିଳିଛି ।

ସୂଚନା ମୁତାବକ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ କମ୍ପାନି ପ୍ରାୟ ୧୬ ହଜାର କ୍ୟାମ୍ପସ ନିଯୁକ୍ତି ଦେଇ ସାରିଛି । ତେବେ ଜୁଲାଇ ରୁ ସେପ୍ଟେମ୍ବର ୩ ମାସ ମଧ୍ୟରେ କମ୍ପାନି ୧୦ ହଜାର ୨୨୭ଟି କ୍ୟାମ୍ପସ ନିଯୁକ୍ତି ଦେଇଛି ବୋଲି ସୂଚନା ଦେଇଛନ୍ତି କମ୍ପାନିର ମାନବ ସମ୍ବଳ ବିଭାଗ ମୁଖ୍ୟ ଅଜୟ ମୁଖାର୍ଜି ।

tcs becomes number 1 companyଅନ୍ୟପଟେ ଅବଶିଷ୍ଟ ୬ ମାସରେ କମ୍ପାନି ପ୍ରାୟ ୧୨ ହଜାର ନିଯୁକ୍ତି ଦେବ । ଏହି ସଂଖ୍ୟାରେ ଅଭିଜ୍ଞ ଓ ବରିଷ୍ଠ ସ୍ତରରେ ଦିଆଯାଇଥିବା ନିଯୁକ୍ତିକୁ ମିଶାଯାଇ ନାହିଁ । ଏଗୁଡ଼ିକୁ ମିଶାଇଲେ ନିଯୁକ୍ତି ସଂଖ୍ୟା ଆହୁରି ଅଧିକ ହେବା ଅନୁମାନ କରାଯାଉଛି । ଏହାଦ୍ୱାରା ଦେଶର ଅନେକ ସଫ୍ଟୱେର ଇଂଜିନିୟର ଶିକ୍ଷାଦାନ ସମାପ୍ତ କରି ଅତି ସହଜରେ ଚାକିରି ପାଇପାରିବେ ବୋଲି ଟିସିଏସ ମୁଖ୍ୟ କହିଛନ୍ତି ।