ବାଲ୍ୟବିବାହ ବିରୋଧରେ ପନ୍ଦର ବର୍ଷିଆ ବାଳିକାର ଲଢେଇ

104

କନକ ବ୍ୟୁରୋ: ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥା ବିରୋଧରେ ୧୫ବର୍ଷିଆ ବାଳିକାର ଲଢେଇ । ପ୍ରିୟା ଜାଙ୍ଗଡି । ରାଜସ୍ଥାନର ଅଲଓାର ଅଂଚଳରେ ଏକ ନିପଟ ମଫସଲ ଗାଁ ହିସଲାରେ ଜନ୍ମ । ତାଙ୍କ ପ୍ରଶଂସାରେ ଶତମୁଖ ସମସ୍ତେ । ବାଲ୍ୟବିବାହ ବିରୋଧରେ ନାବାଳିକାର ଲଢେଇରେ ସମସ୍ତେ ତାଜୁବ । ନୋବେଲ ବିଜେତା କୈଳାଶ ସତ୍ୟାର୍ଥୀଙ୍କ ସଂଗଠନ ବଚପନ ବଚାଓ ଆନ୍ଦୋଳନର ସହାୟତାରେ ଏଭଳି ଘୃଣ୍ୟ ପ୍ରଥା ବିରୋଧରେ ଲଢେଇ ଜାରି ରଖିଛନ୍ତି ପ୍ରିୟା ଜାଙ୍ଗଡି
ଦଶବର୍ଷ ବୟସରେ ପ୍ରିୟାଙ୍କୁ ବିବାହ କରାଇବା ପାଇଁ ଚେଷ୍ଟା କରାଯାଇଥିଲା । ବାଲ୍ୟ ବିବାହରେ ବଳି ପଡିବା ବଦଳରେ ବିରୋଧ କରିଥିଲେ ଏହି ନାବାଳିକା । ସେହିଦିନ ଠାରୁ ବାଲ୍ୟବିବାହ ବିରୋଧରେ ସଂଗ୍ରାମ କରୁଛନ୍ତି ପ୍ରିୟା । ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେନିଜ ଅଂଚଳରେ ସାଧାରଣ ସଭାର ଅୟୋଜନ କରିଥିଲେ ପ୍ରିୟା । ସମସ୍ତଙ୍କ ପାଇଁ ତାଙ୍କର ବାର୍ତା ଥିଲା ।’ ବାଲ୍ୟ ବିବାହ ଘୃଣ୍ୟ, ଝିଅ ଆଶିର୍ବାଦ’ ।

୨୦୧୫ କୈଳାଶ ସତ୍ୟାର୍ଥୀଙ୍କ ସହ ପ୍ରିୟା ସ୍ୱିଡେନ ଯାଇଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରକ ଓବାମା ଓ ତାଙ୍କ ପତ୍ନୀ ମିଚେଲ ଓବାମାଙ୍କୁ ସାକ୍ଷାତ କରିଥିଲେ । ସେବେଠାରୁ ତାଙ୍କର କ୍ଷାତି ବଢି ଯାଇଥିଲା ଆଉ ସେ ପାଲଟିଗଲେ ସେଲିବ୍ରିଟି ।
ବର୍ତମାନ ପ୍ରିୟାଙ୍କୁ କିଛି ଲୋକ ଦୋଷୀ ବୋଲି ଭାବୁଛନ୍ତି । ବର୍ତମାନ ନବମ ଶ୍ରେଣୀରେ ପଢୁଛନ୍ତି ପ୍ରିୟା ।କିଛି ଘଟଣା ତାଙ୍କ ଜୀବନର ମୋଡ ବଦଳାଇଥିଲା । ନହେଲେ ସେ ମଧ୍ୟ ନାବାଳିକା ପତ୍ନୀ ପାଲଟିଯାଇଥାନ୍ତେ । ଯତେବେଳେ ମୋ ବିିବାହ ପାଇଁ କୁହାଗଲା ମୋର ଚିନ୍ତା ବଢିଯାଇଥିଲା, ମୋ ଆଖିରେ ଲୁହ ଆସିଯାଇଥିଲା । ବିବାହ ପାଇଁ ଯେତିକି ଚିନ୍ତତି ନଥିଲି,କିପରି ସେ ରୋଷେଇ କରିବ ତାକୁ ନେଇ ମୋର ଦୁଃଖ ବଢିଯାଇଥିଲା । ମୋ ଜୀବବରେ ଏଭଳି ଦିନ ଆସିବ ବୋଲି କେବେ ଭାବିନଥିଲି ବୋଲି ପ୍ରିୟା କହଛନ୍ତି ।

ଦୁଃଖରେ ଭାଂଗି ନପଡି ଏଘଟଣାକୁ ମୁଁ ମୋ ସ୍କୁଲର ସାଙ୍ଗ ଓ ଶିକ୍ଷକଙ୍କୁ ଅବଗତ କରାଇଥିଲି । ସେବେଠାରୁ ମୋ ଜୀବନରେ ପରିବର୍ତନ ଆସିଥିଲା । ମୋ ଶିକ୍ଷକଙ୍କ ଅବଦାନ କେବେ ଭୁଲିପାରିବି ନାହିଁ । ସ୍ଥାନୀୟ ବଚପନ ବଚାଓ ଆନ୍ଦୋଳନର କର୍ମକର୍ତା ମୋ ସ୍କୁଲକୁ ଆସି ଅନୋକ ବୁଝାସୁଝା କରିଥିଲେ । ବାଲ୍ୟବିବାହର କଲେ କଣ କ୍ଷତି ହେବ ସେ ନେଇ ପାଂଚ ଘଂଟା କାଳ କର୍ମକର୍ତା ବୁଝାଇଥିଲେ ବୋଲି ପ୍ରିୟା କହିଛନ୍ତି । ସେତେବେଳେ ମୁଁ ଜାଣିଲି ବାଲ୍ୟ ବିବାହ କରିବା ବେଆଇନ୍ ଓ ମୋ ବାପାଙ୍କୁ ଜେଲ ଯିବାକୁ ପଡିପାରେ । ଏନେଇ ମୁଁ ମୋ ବଡ ଭଉଣୀକୁ ମଧ୍ୟ ସଚେତନ କରାଇଥିଲି । ସାହାସର ସହ ସଂଗ୍ରାମ କରିବାକୁ ଆଗେଇଲି । ସିଧାସିଧା ବିବାହ ନକରିବା ପାଇଁ ବାପାଙ୍କୁ ମନାକରିଦେଲି । କିଛିଦିନର ବାଦବିବାଦ ପରେ ବାହାଘର ତାରିଖର କିଛି ଦିନ ପୂର୍ବରୁ ବିବାହ ଭାଂଗିଯାଇଥିଲା । ଏହି ଘଟଣା ମୋଜୀବନର ଗତିପଥ ବଦଳାଇ ଦେଇଥିଲା । ଏହି ଘଟଣା କ୍ଷିପ୍ର ଗତିରେ ବ୍ୟାପିଯାଇଥିଲା ।

ମନେମନେ ସ୍ଥିର କଲି ବାଲ୍ୟବିବାହ ଭଳି ବେଆଇନ କାର୍ଯ୍ୟ ବିରୋଧରେ ଲୋକଙ୍କୁ ସଚେତନ କରିବି । ଅନେକ ପରିବାରକୁ ଯାଇ ବାଲ୍ୟବିବାହର କୁପ୍ରଭାବ ବିଷୟରେ ବୁଝାଇଲି ଓ ସଫଳ ହୋଇଥିଲି । ଏଥିପାଇଁ ମତେ ଅନେକ ସଂଗ୍ରାମ କରିବାକୁ ପଡିଛିା ଅନେକ ଲୋକଙ୍କ କୁଦୃଷ୍ଟିର ଶିକାର ହେବାକ  ପଡିଛି ବୋଲି କହିଛନ୍ତି ନବନ ଶ୍ରେଣୀ ଛାତ୍ରୀ ପ୍ରିୟା । ନଶ୍ଚିତ ଭାବରେ ପ୍ରିୟାଙ୍କ ଲଢେଇ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ହେବ । କେବଳ ଜଣେ ପ୍ରିୟା ନୁହେଁ ଭାରତର ଅନେକ ପ୍ରିୟା ଏଭଳି ଘୃଣ୍ୟ ପ୍ରଥା ବିରୋଧରେ ଲଢେଇ ପାଇଁ ଆଗେଇ ଆସିବେ ।