୩ ମାସର ଶିଶୁ ତାଳିମାରୁଛି ମା ପେଟରେ : ଭାଇରାଲ ହେଲା ଅଲଟ୍ରାସାଉଣ୍ଡ ଭିଡିଓ

253

1ଏକ ଅବିଶ୍ୱସନୀୟ ଘଟଣା ସାମ୍ନାକୁ ଆସିଛି । ଏକ ବ୍ରିଟିଶ ଦଂପତିଙ୍କ ଚକିତ କଲାଭଳି ଖବର ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି । ୩ ମାସ ୮ଦିନର ପିଲା ମାଁ ଗର୍ଭରେ ଗୀତ ଶୁଣି ତାଳିମାରିବା କଥା ଏବେ ଭାଇରାଲ ହୋଇଛି । ବ୍ରିଟେନର ଏହି ଘଟଣାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ବିସ୍ମିତ । ଆଜି ସୁଦ୍ଧା ଏ କଥା ସମସ୍ତଙ୍କୁ ଜଣା ଯେ ମାଁ ଗର୍ଭରେ ପିଲା ବଢିଲା ବେଳେ ଏପଟ ସେପଟ ହୁଏ । ହେଲେ ୧୪ ସପ୍ତାହର ପିଲା ମାଁ ଗର୍ଭରେ ବାପମାଆର ଗୀତ ଶୁଣି ତାଳିମାରିବାର ଘଟଣା ଏକ ପ୍ରଥମ ଘଟଣା ବୋଲି ଡାକ୍ତରମାନେ କହିଛନ୍ତି ।

3
5ଅଲଟ୍ରାସାଉଣ୍ଡ ଇମେଜରୁ ଏହା ସ୍ପଷ୍ଟ ଜଣାପଡିଛି । ଯେତେବେଳେ ସ୍ୱାମୀ ସ୍ତ୍ରୀ ଗୀତ ଗୁଣୁଗୁଣୋଉଛନ୍ତି ୧୪ସପ୍ତାହର ଏହି ପିଲାଟି ମାଁ ପେଟରେ ତାଳି ମାରିବା ଆରମ୍ଭ କରିଦେଉଛି । ବ୍ରିଟିଶ ଦଂପତିଦ୍ୱୟ ଯେତେବେଳେ ଏହି କଥା ଡାକ୍ତରଙ୍କୁ ଜଣାଇଲେ , ପ୍ରଥମେ ଡାକ୍ତର ଏହାକୁ ବିଶ୍ୱାସ କଲେନି । ଏକ ଲାଇଭ୍ ପରୀକ୍ଷା ସ୍ୱରୂପ ଅଲଟ୍ରାସାଉଣ୍ଡ ପରେ ଡାକ୍ତରମାନେ ସେହି ଦଂପତିଙ୍କ କଥା ସ୍ପଷ୍ଟ କରିଥିଲେ ।

ଏବେ ଇଂଟରନେଟରେ ଏହି ଅଲଟ୍ରାସାଉଣ୍ଡ ଭଡିଓ ଭାଇରାଲ ସାଜିଛି । ୟୁଟୁବରେ ପ୍ରଥମେ ଅପଲୋଡ ହୋଇଥିଲା ଏ ଭିଡିଓକୁ ବହୁତ ସଂଖ୍ୟାରେ ଲାଇକ ମିଳିଛି । ଦେଖନ୍ତୁ ଏହି ଆଶ୍ଚର୍ଯ୍ୟକର ଭିଡିଓ କ୍ଲିପ୍ –


ଏହା ସହ ଦେଖନ୍ତୁ – ପୁଲିସ୍ ହାଜତରେ ବଳାତ୍କାରୀ ବାପା ! ୨୦ ବର୍ଷ ଧରି ଝିଅକୁ କରିଥିଲା ଦୁଷ୍କର୍ମ