ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ‘ଲୋନ୍ ବୁଲ୍ଫ’ ନାମକ ଏକ ଟେଲିଗ୍ରାମ ଗ୍ରୁପର ହେଲା ଖୁଲାସା ! କରାଯାଉଛି ଯୁବକଙ୍କ ବ୍ରେନୱାସ୍,ଅଚାନକ ହମଲା ପାଇଁ ସଂଘ ଦେଉଛି ତାଲିମ।

57

କନକବ୍ୟୁରୋ: କାଶ୍ମୀରରେ ଦୁନିଆର ସବୁଠାରୁ ବଡ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ରହିଥିବା ପ୍ରମାଣ ମିଳିଛି । ସେଠାରେ ଏକ ଟ୍ରେଲିଗ୍ରାମ ଗ୍ରୁପ ମାଧ୍ୟମରେ ସେମାନଙ୍କ ବିଚାରଧାରା ଆନ୍ଦୋଳନକାରୀଙ୍କୁ ପ୍ରଭାବିତ କରୁଥିବା ଜଣାପଡିଛି ।

 

ଏକ ବିଶେଷ ସୂତ୍ରରୁ ଜଣାପଡିଛି କି, କାଶ୍ମୀର ଘାଟିଉପରେ ‘ଉଲଲାହାୟା କାଶ୍ମୀର’ ନାମକ ଏକ ଟ୍ରେଲିଗ୍ରାମ ଗ୍ରୁପ ଚାଲୁଅଛି । ଏହାରି ମାଧ୍ୟମରେ ସେଠାକାର ଯୁବକମାନଙ୍କୁ ପ୍ରଭାବିତ କରାଯାଉଛି । ତଦନ୍ତରୁ ଜଣାପଡିଛି ଯେ, ଏଥିରେ ୨୨୩ ଜଣ ସଦସ୍ୟ ଥିବା ନେଇ ସୁଚନା ମିଳିଛି । ଏହା ମାଧ୍ୟମରେ ସମସ୍ତ ତଥ୍ୟ ବିଦେଶରେ ଥିବା ଆତଙ୍କୀ ସଂଗଠନକୁ ପଠାଯିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଦିଆଯାଉଛି । ଏପରି କି ସିରିୟାରେ ପ୍ରଳୟ ରଚାଉଥିବା ଆତଙ୍କବାଦୀମାନେ ମଧ୍ୟ ଏହି ଗ୍ରୁପରେ ସଦସ୍ୟ ରହିଛନ୍ତି । ଏହା ସହ କିପରି ଭାବରେ ବିସ୍ଫୋରୋକ ଦ୍ରବ୍ୟ ପ୍ରସ୍ତୁତ କରାଯିବ ତାହାର ସୂଚନା ବି ଏଠାରେ ଦିଆଯାଉଛି ।

 

ଏହି ଗ୍ରୁପରେ ଥିବା ସଦସ୍ୟମାନେ କୌଣସି ଶବ୍ଦ ବ୍ୟବହାର ନ କରି ସେମାନଙ୍କ କୋର୍ଡରେ ହିଁ କଥାବାର୍ତା ହେଉଛନ୍ତି । ତେଣୁ ସେମାନେ କେଉଁ ପ୍ରସଙ୍ଗରେ କଥା ହେଉଛନ୍ତି ତାହା ଜଣାପଡୁନାହିଁ । କେବଳ ସେମାନଙ୍କ ସହ ଜଡିତ ଥିବା ଲୋକ ହିଁ ଏହାକୁ ପଢିପାରିବେ । ଯେତେବେଳେ ସେମାନେ ଜାଣିପାରିଲେ କି ଏହାକୁ ସୁରକ୍ଷାବାହିନୀ ଟ୍ରାକ କରୁଛି । ପରେ ସେମାନେ ମଧ୍ୟ ନିଜର ଗ୍ରୁପର ନାମ ୨୦୧୭ ପରିବର୍ତ୍ତନ କରିଛନ୍ତି ।

ଏହା ସହ ମହିଳାମାନଙ୍କର ମଧ୍ୟ ଏକ ଗ୍ରୁପ ଚାଲିଥିବା ଜଣାପଡିଛି । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛି ଗୃହ ମନ୍ତ୍ରାଳୟ । ଏହି ଗ୍ରୁପର ନାମ ‘ଦୋଲତ ଉଲ ଇସଲାମ’ ରହିଛି । ଏହା ମଧ୍ୟ ସକ୍ରିୟ ଭାବରେ କାମ କରୁଛି । ତେଣୁ ଏପରି ଅନ୍ୟ କେତୋଟି ଗ୍ରୁପ ଚାଲିଛି ତାହାର ଅନୁସଂନ୍ଧାନ କରାଯିବା ସହ କିପରି ଭାବରେ ଏଥିରେ ଥିବା ଲୋକମାନଙ୍କୁ ଧରାଯିବ ଓ ସେମାନଙ୍କଠାରୁ ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ ତାହା ଲାଗି ପଦେକ୍ଷପ ନିଆଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।