ପୁଣି ଆନ୍ଦୋଳନକୁ ଓହ୍ଲାଇଲା ବୁର୍ଲା ଜୁନିୟର ଡାକ୍ତର ସଂଘ : ରୋଗୀ ସେବା ପ୍ରଭାବିତ ଆଶଙ୍କା

37

ପୁଣି ଆନ୍ଦୋଳନକୁ ଓହ୍ଲାଇଲା ବୁର୍ଲା ଜୁନିୟର ଡାକ୍ତର ସଂଘ । ୯ ଦଫା ଦାବି ଆଜି ଡାକ୍ତରମାନେ ଧାରଣା ଦେବା ସହ ପ୍ରତିିବାଦ ସଭା କରୁଛନ୍ତି । ମେଡିକାଲ ସୁପରିଟେଣ୍ଡଙ୍କ ଅଫିସ ଘେରାଉ କରିଛନ୍ତି ଆନ୍ଦୋଳନକାରୀ ଜୁନିଅର ଡାକ୍ତର ସଂଘ । ଯାହାଫଳରେ  ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ସନ୍ଧ୍ୟାରେ ସାଧାରଣ ପରିଷଦ ବୈଠକରେ ରୋଗୀ ସେବା  କିଭଳି ପ୍ରଭାବିତ ନ ହେବ ସେ ନେଇ ଆଲୋଚନା କରାଯିବ ବୋଲି ଜୁନିୟର ଡାକ୍ତର ସଂଘର ସଭାପତି ଡାକ୍ତର ଶଙ୍କର ରାମଚନ୍ଦାନୀ କନକ ନ୍ୟୁଜ୍ ସୂଚନା ଦେଇଛନ୍ତି । ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହରି ପାରିନଥିବାରୁ ଆଜି ପ୍ରତିବାଦ ସଭା କରୁଛି ଜୁନିୟର ଡାକ୍ତର ସଂଘ ।