ନବମ ଶ୍ରେଣୀ ଛାତ୍ରଙ୍କ ସ୍ୱାସ୍ଥ୍ୟସେବା ଚିନ୍ତା : ବାଲେଶ୍ୱରର ସୌରଭ ପାଢୀ ତିଆରି କଲେ ମୋବାଇଲ ଆପ୍, ଘରେ ବସି ସ୍ୱାସ୍ଥ୍ୟ ପରୀକ୍ଷା ଓ ନିକଟସ୍ଥ ଡାକ୍ତରଖାନାରରୁ ଚିକିତ୍ସା ପାଇପାରିବେ ରୋଗୀ

461

କନକ ବ୍ୟୁରୋ : ହାତରେ ସ୍ମାର୍ଟଫୋନ ଥିଲେ ଆଉ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ନାହିଁ । କାରଣ ବାଲେଶ୍ୱରର ଜଣେ ନବମ ଶ୍ରେଣୀ ଛାତ୍ର ତିଆରି କରିଛନ୍ତି ଏମିତି ଏକ ମୋବାଇଲ ଆପ୍ ଯାହାକୁ ଡାଉନଲୋଡ କରି ଆପଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରିବେ । କେବଳ ଏତିକି ନୁହେଁ ନିକଟସ୍ଥ ଡାକ୍ତର ଓ ଡାକ୍ତରଖାନ ସଂପର୍କରେ ମଧ୍ୟ ସହଜରେ ଜାଣି ହେବ । ଆର୍ଟିଫିସିଆ ଇଂଟେଲିଜେନସ୍ ଡକ୍ଟର ନାମକ ଏକ ହେଲ୍ଥ ଆପ୍ ତିଆରି କରିଥିବା ଛାତ୍ର ବାଲେଶ୍ୱରର ବାପା ପ୍ରଦ୍ୟୁମ୍ନ ପାଢୀ ଓ ମାଆ ଶିବାନୀ ପାଢୀଙ୍କ ପୁଅ ସୌରଭ ରଞ୍ଜନ ପାଢୀ ।

ଫୋନର ପ୍ଲେ-ଷ୍ଟୋରକୁ ଯାଇ ‘ଏଆଇ ସ୍ପେସ୍ ଡିଓସି’ ଟାଇପ୍ କଲେ ଏହି ଆପଟି ଆପଣ ପାଇ ପାରିବେ । ଏହାକୁ ଡାଉନଲୋଡ କରେ କୌଣସି ଚାର୍ଚ ଦେବାକୁ ପଡିବ ନାହିଁ । ତେବେ ଏହି ଆପ୍ ତିଆରି କରିଥିବା ଛାତ୍ର ସୌରଭ ନିଜେ କେତେଗୁଡିଏ ସଫ୍ଟୱେୟାର ତିଆରି କରି ସେସବୁକୁ ନେଇ ଏକ କମ୍ପାନୀ ତିଆରି କରିଛନ୍ତି ।

ସିଏ ନିଜେ ସେହି କମ୍ପାନୀର ସିଇଓ ଥିବା ବେଳେ ଏଥିରେ ବିଭିନ୍ନ ଦେଶର ଆଉ ୨୫ ସଦସ୍ୟ ସାମିଲ ହୋଇଛନ୍ତି । ଏଥିରୁ ନିଜେ ସୌରଭ କିଛି ରୋଜଗାର କରୁଥିବା ବେଳେ ଅନ୍ୟ ସଦସ୍ୟମାନେ ମଧ୍ୟ ରୋଜଗାର କରୁଛନ୍ତି । ତେବେ ସୌରଭଙ୍କ ଏଭଳି କାମକୁ ନେଇ ବାପା-ମାଆ ଖୁସି ଥିବା ବେଳେ ନିକଟରେ ଅଷ୍ଟ୍ରେଲିଆ ଜଙ୍ଗଲ ପୋଡି ଘଟଣାରେ ୫ହଜାର ଡଲାର ଦାନ କରିଛନ୍ତି ଏହି କୁନି ପ୍ରତିଭା ।