ରାଜଧାନୀରୁ ୯ ଫୁଟର ଅଜଗର ଉଦ୍ଧାର ! ଏକାମ୍ର କାନନ ରିଜଓନାଲ ପ୍ଲାଂଟ ରିସର୍ଚ ସେଂଟରରୁ ଉଦ୍ଧାର

35

କନକ ବ୍ୟୁରୋ : ରାଜଧାନୀରୁ ୯ଫୁଟର ଅଜଗର ଉଦ୍ଧାର । ଏକାମ୍ର କାନନର ରିଜିଓନାଲ ପ୍ଲାଂଟ ରିସର୍ଚ୍ଚ ସେଂଟରର ଏକ ଘରୁ ଏହି ଅଜଗର ସାପକୁ ଦେଖିବାକୁ ମିଳିଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେଠାରେ ପହଂଚି ଏହି ୯ଫୁଟର ଅଜଗରକୁ ଉଦ୍ଧାର କରିଛନ୍ତି । ତେବେ ଏହି ଅଜଗରଟି ବିଶାକ୍ତ ନୁହେଁ ବୋଲି ସ୍ନେକ ହେଲ୍ପ ଲାଇନ ପକ୍ଷରୁ କୁହାଯାଇଛି । ଏହି ଅଜଗରକୁ ରିଜିଓନାଲ ପ୍ଲାଂଟ ରିସର୍ଚ୍ଚ ସେଂଟର ପରିସରର କିଛି ଦୂରରେ ଥିବା ଜଙ୍ଗଲରେ ଛାଡି ଦିଆଯାଇଛି ।