15

ଗତ ବୁଧବାର ମେକ୍ସିକୋରେ ଶକ୍ତିଶାଳୀ ଭୂମିକମ୍ପ ହୋଇ ରାଜଧାନୀ ମେକ୍ସିକୋ ସିଟି ଓ ୫ଟି ପ୍ରଦେଶରେ ବିପୁଳ କ୍ଷୟକ୍ଷତି ଘଟିଥିଲା । ଏହି ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ ପାଖାପାଖି  ୨୭୪ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୨୦୦୦ରୁ ଊର୍ଦ୍ଧ୍ୱଙ୍କୁ ଆହତଙ୍କୁ  ଡାକ୍ତରଖାନାରେ ଭତ୍ର୍ତ୍ତି  କରାଯାଇଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ଥିଲା। ଭୂକମ୍ପନ ବେଳେ କୋଠାବାଡ଼ି ଗୁଡ଼ିକ ଭୟଙ୍କର ଭାବେ ଦୋହଲି ଉଠିଥିଲା। ମେକ୍ସିକୋ ସିଟିରେ ୪୪ଟି ସ୍ଥାନରେ ବହୁ କୋଠାଘର ତାସଘର ଭଳି ଭୁଶୁଡ଼ି କଙ୍କ୍ରିଟ ଖଣ୍ଡରେ ପରିଣତ ହୋଇଯାଇଛି । ଗ୍ରାମାଞ୍ଚଳରେ ବହୁ ଗାଁ ଲୋପ ପାଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୁଲିସ, ୧୦ ହଜାର ଯବାନ, ଅଗ୍ନିଶମ ବାହିନୀ ଓ ୧୨୦୦ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ । ତେବେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲା