୧ ମିନିଟରେ ମାରିଲେ ୯୫ ଥର ପୁସଅପ୍ ! ରଚିଲେ ବିଶ୍ୱ ରେକର୍ଡ ।

33

୪୩ ବର୍ଷୀୟ ଧର୍ମ ସିଂହ ୧ ମିନିଟରେ ୯୫ ପୁସଅପ ମାରି ବିଶ୍ୱ ରେକର୍ଡ ବନାଇବାରେ ସଫଳତା ହାସଲ କରିଛନ୍ତି । ସେ ଗିନିଜ ୱାଲ୍ଡ ରେକର୍ଡକୁ ଭାଙ୍ଗି ଏକ ନୁଆ ରେକର୍ଡ ତିଆରି କରିଛନ୍ତି । ଏହା ପୂର୍ବରୁ ସିଙ୍ଗାପୁରର ଜଣେ ବ୍ୟକ୍ତି ରେନ ଚୁଆ କ୍ୟୁନ, ୧ ମିନିଟରେ ୮୪ ପୁସଅପ ମାରି ରେକର୍ଡ ବନାଇଥିଲେ ।

ଲୋକସଭା କର୍ମଚାରୀ ଡ. ଧର୍ମ ସିଂହଙ୍କ କହିବା ଅନୁସାରେ, ୧ ମିନିଟରେ ୯୫ ପୁସଅପ ମାରି ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ଏହା କେବଳ ସମ୍ଭବ ହୋଇପାରିଛି ମୋ ସାଥୀ ଏବଂ ମୋ ପରିବାର ଲୋକଙ୍କ ପାଇଁ । ଧର୍ମ ସିଂହ କହିଛନ୍ତି ଲଗାତାର ପୁସଅପ ମାରିବା ସହଜକଥା ନୁହେଁ । ଏହା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ । ଆପଣଙ୍କୁ ପ୍ରତିଦିନ ଯୋଗ ଏବଂ ବ୍ୟାୟାମ ଅଭ୍ୟାସ କରିବାକୁ ପଡିଥାଏ । ଶରୀରକୁ ସୁସ୍ଥ ସବଳ ରଖିବାକୁ ପଡିଥାଏ । ଧର୍ମ ସିଂହ ତାଙ୍କ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ୨୦୧୬ରୁ ପୁସଅପ ମାରିବା ଅଭ୍ୟାସ କରିଆସୁଥିଲେ । ଯାହାର ଫଳ ବିଶ୍ୱ ରେକର୍ଡ ଭାବରେ ତାଙ୍କୁ ମିଳିସାରିଛି ।