ନାସାର ନୂଆ ଆବିଷ୍କାର ! ପୃଥିବୀ ଭଳି ୯୫ଟି ଗ୍ରହ ଆବିଷ୍କାର କଲା ନାସା

220

ଆମ ସୌରଜଗତ ବାହାରେ ପ୍ରାୟ ୯୫ଟି ଗ୍ରହର ଆବିଷ୍କାର କରିଛି ଆମେରିକୀୟ ମହାକାଶ ସଂସ୍ଥା ନାସା। ଏଗୁଡ଼ିକ ନିଜ ନିଜର ସୂର୍ୟ୍ୟ ଚାରିପଟେ ପରିକ୍ରମଣ କରୁଛନ୍ତି । ନାସାର କେପଲର ସ୍ପେଶ୍ ଟେଲିସ୍କୋପ ପକ୍ଷରୁ ଏହି ଆବିଷ୍କାର କରାଯାଇଛି । ୨୦୦୯ରେ ଲଞ୍ଚ୍ ହୋଇଥିବା କେପଲର୍ ମୋଟ ୫ ହଜାର ମହାଜାଗତିକ ବସ୍ତୁକୁ ଚିହ୍ନଟ କରିଥିଲା । ଏଗୁଡ଼ିକ ମଧ୍ୟରୁ ପ୍ରାୟ ୨୫୦୦ଟି ଗ୍ରହ ବୋଲି ନିଶ୍ଚିତ ହୋଇଯାଇଛି । ତେବେ ଏଗୁଡିକ ମଧ୍ୟରୁ ପ୍ରାୟ ୯୫ଟି ଗ୍ରହ ସହିତ ପୃଥିବୀର ସାଦୃଶ୍ୟ ରହିଥିବା ଜଣାଯାଇଛି । ଏହି ଆବଷ୍କାର ଫଳରେ ପୃଥିବୀ ପରି ଜୀବଜଗତ ( କିମ୍ବା ଆଲିଏନ), ବାୟୁ ମଣ୍ଡଳ, ସମୁଦ୍ର ଥିବା ଆଉ ଏକ ଗ୍ରହ ମିଳିବାର ଆଶା ବଢିଯାଇଛି ।

ଏହି ଆବିଷ୍କାରକୁ ଡେନମାର୍କ ସ୍ଥିତ ଟେକନିକାଲ ୟୁନିଭର୍ସିଟିର ନାସନାଲ ସ୍ପେଶ ୟୁନିଭର୍ସିଟିର ଗବେଷକ ଆଣ୍ଡ୍ରିୟୁ ମାୟୋଙ୍କ ନେତୃତ୍ୱରେ ଏକ ଟିମ କରିଛି । ୨୦୧୩ରେ କେପଲରେ ଦେଖାଦେଇଥିବା କେତେକ ଯାନ୍ତ୍ରିକ ତ୍ରୁଟି ପରେ ତାହାର ପର୍ୟ୍ୟବେକ୍ଷଣ କ୍ଷେତ୍ରକୁ ବଦଳାଯାଇଥିଲା ଓ ଆଉ ଏକ ନୂଆ ସ୍ପେଶ ଟେଲିସ୍କୋପ କେ-ଟୁ ଲଞ୍ଚ୍ କରାଯାଇଥିଲା ।