ଏହି ଦିନ ଦେଖିବାକୁ ଜନ୍ମ କରିଥିଲା ମା’ ! ୯୦ ବର୍ଷର ମାନସିକ ବିକୃତ ମା’କୁ ଶୀତ କାକରରେ ବାନ୍ଧି ବାହାରେ ଠିଆ କରାଇଲେ ଦୁଇ କୁଳାଙ୍ଗାର ପୁଅ ।

855

ଉତ୍ତରପ୍ରଦେଶର ଉନ୍ନାଓରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୯୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଇଜଣ ଜନ୍ମକଲା ପୁଅ ହାଡଭଙ୍ଗା ଶୀତରେ ହାତ ବାନ୍ଧି ବାରଣ୍ଡାରେ ବାନ୍ଧି ଦେଇଥିଲେ । ଶୀତରେ ଥୁରୁଥୁରୁ ହେଉଥିବା ବୃଦ୍ଧାଙ୍କ ଆଡକୁ ଯେତେବେଳେ ଏସଡିଏମ୍ ଙ୍କ ନଜର ପଡିଲା ସେ ବୃଦ୍ଧାଙ୍କୁ ସେଠାରୁ ବଚାଂଇଥିଲେ । ଏହାପରେ ଏସଡିଏମ୍ ପୋଲିସଙ୍କୁ ଡକାଇ ଦୁଇପୁଅଙ୍କୁ ପୋଲିସ୍ ହାତରେ ଦେଇଥିଲେ ।

ଏସଡିଏମ୍ ପୂଜା ଅଗ୍ନିହୋତ୍ରୀ ଶନିବାର ଉକ୍ତ ଗ୍ରାମକୁ କିଛି କାମ ବାବଦକୁ ଯାଇଥିଲେ ସେଠାରୁ ଫେରୁଥିବା ବେଳେ ଥଣ୍ଡାରେ ଥରୁଥିବା ଜଣେ ବୃଦ୍ଧା ମହିଳାଙ୍କ ଆଡକୁ ତାଙ୍କ ନଜର ଯାଇଥିଲା । ସେ ଗାଡିରୁ ଓହ୍ଲାଇ ଦେଖିଲା ବେଳକୁ ବୃଦ୍ଧାଙ୍କ ହାତ ବନ୍ଧା ହୋଇଥିଲା । ଏହି ବିଷୟରେ ସେ ଯେତେବେଳେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ ଲୋକମାନେ ବୃଦ୍ଧାଙ୍କ ନାଁ କଳାବତୀ କହିବା ସହ ତାଙ୍କୁ ମାନସିକ ବିକୃତ ଥିବା କଥା ମଧ୍ୟ କହିଥିଲେ ଯେଉଁଥି କାରଣରୁ ସେ ହାତ ଖୋଲିବା ପାଇଁ ମଧ୍ୟ ସକ୍ଷମ ହେଉନଥିଲେ । ତାଙ୍କ କାନରୁ ରକ୍ତ ମଧ୍ୟ ବାହାରୁଥିଲା । ଏନେଇ ପୁଅମାନଙ୍କୁ ପଚାରିବା ପରେ ସେମାନେ କହିଥିଲେ ମାନସିକ ବିକୃତ ମା’ ଏଣେତେଣେ ପଳାଉଥିବାରୁ ସେମାନେ ଏଭଳି କଲେ । ଏହି କଥାରେ ସିଡିଏମ୍ ରାଗିଯାଇ ଘର ଭିତରେ ବି ଏହାର ସମାଧାନ ହୋଇପାରିଥାନ୍ତା । ଖଟ ଉପରେ ଶୁଆଇ ମା’ଙ୍କୁ କମ୍ବଳ ଓଡାଇ ମଧ୍ୟ ଏଭଳି କରାଯାଇପାରିଥାନ୍ତା । କିନ୍ତୁ ଶୀତ କାକରରେ ବୃଦ୍ଧା ମା’ଙ୍କ ପ୍ର୍ରତି ଏଭଳି ବ୍ୟବହାର ଯୋଗୁଁ ସିଡିଏମ୍ ଦୁଇ ପୁଅଙ୍କୁ ଜେଲ୍ ପଠାଇଛନ୍ତିି ।

Comments are closed.