୯୦ ଦଶକର ଅଭିନେତ୍ରୀ ଆୟଶା ଜୁଲକା ଏବେ ନଜର ଆସିବେ ଟିଭିରେ !

55

୯୦ ଦଶକର ଜଣାଶୁଣା ଅଭିନେତ୍ରୀ ଆୟଶା ଜୁଲକା ଏବେ ଛୋଟ ପରଦାରେ ନଜର ଆସିବେ । ଖୁବ୍ ଶୀଘ୍ର ଏହି ଅଭିନେତ୍ରୀ ଟିଭି ଡେବ୍ୟୁ କରିବାକୁ ଯାଉଛନ୍ତି । ଟିଭି ସୋ’ ‘ରିସ୍ତୋଁ କା ଚକ୍ରବ୍ୟୁହ’ ରେ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ ।

ଏହି ସିରିଏଲ୍ ମା’ ( ନାରାୟଣୀ ଶାସ୍ତ୍ରୀ) ଓ ଝିଅ( ମହିମା ମକୱାନ)ଙ୍କ ଉପରେ ଆଧାରିତ । ସୂତ୍ରରୁ ପ୍ରକାଶ , ଏହି ସିରିଏଲରେ ଆୟଶା ବଡ଼ ମା’ ଭୂମିକା କରିବେ । ଯାହାଙ୍କ ଇସାରାରେ ପରିବାରର ସବୁ ସଦସ୍ୟ ପରିଚାଳିତ ହେବେ । ସୂଚନା ଅନୁସାରେ , ପ୍ରଥମ ଭାଗରେ ଏହି ଭୂମିକା ପାଇଁ ପଜିଟିଭ୍ ରୋଲ୍ ସହ ପରେ ନେଗେଟିଭ୍ ରୋଲ୍ ରହିବ ।

ଆୟଶା ନବେ ଦଶକରେ ଅମିର ଖାନ୍ , ଅକ୍ଷୟ କୁମାରଙ୍କ ଭଳି ଟପ୍ ହିରୋଙ୍କ ସହ ଅଭିନୟ କରିଛନ୍ତି । ଆୟେଶା କରିଥିବା ଫିଲ୍ମ ଲିଷ୍ଟରେ ଜୋ ଜିତା ୱହି ସିକନ୍ଦର, ବଲମା ,ଦଲାଲ୍ ଓ ଖିଲାଡି ଭଳି ଫିଲ୍ମ ରହିଛି ।