ଜନସଂଖ୍ୟା ବୃଦ୍ଧି ଯୋଗୁଁ ଛାତ୍ର ବିହୀନ ହେଲା ସ୍କୁଲ : ସ୍କୁଲରେ ପିଲାଙ୍କ ସଂଖ୍ୟା କମିବାରୁ ବୃଦ୍ଧାଙ୍କୁ ଦେଲା ଆଡମିସନ

147

ଦକ୍ଷିଣ କୋରିଆରେ ଦ୍ରୁତ ଗତିରେ ବଢ଼ୁଛି ଜନସଂଖ୍ୟା । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ନିଜ ପରିବାର ସହିତ ଅନ୍ୟ ଦେଶକୁ ଯାଉଛନ୍ତି । ପିଲାଙ୍କ ସଂଖ୍ୟା କମିଯିବାରୁ ଅନେକ ସ୍କୁଲ ବନ୍ଦ ହେବା ଅବସ୍ଥାକୁ ଆସୁଛି । ଏଥିରୁ ମୁକ୍ତି ପାଇବା ପାଇଁ ସ୍କୁଲଗୁଡିକ ନୂଆ ଉପାୟ ବାହାର କରିଛନ୍ତି । ସ୍କୁଲରେ ଏମିତି ବୃଦ୍ଧାଙ୍କୁ ଆଡମିଶନ ଦେଉଛି, ଯେଉଁମାନେ ପାଠ ପଢ଼ିନାହାଁନ୍ତି । ଏମାନଙ୍କ ମଧ୍ୟରେ ୯୦ ବର୍ଷର ମହିଳା ଅଛନ୍ତି ।

ଦକ୍ଷିଣ କୋରିଆରେ ୧୯୬୦ ଦଶକରେ ମହିଳାମାନଙ୍କୁ ସ୍କୁଲ ପଠାଯାଉନଥିଲା । ଏଠାରେ ସବୁବେଳେ ପୁଅଙ୍କୁ ଭଲ ତାଲିମ ଓ ଶିକ୍ଷା ଦେବାର ପରମ୍ପରା ରହିଛି । ଅଧିକାଂଶ ମହିଳାଙ୍କ ଅଶିକ୍ଷିତ ରହିବାର କାରଣ ଏହା ଥିଲା । ଏହାବ୍ୟତୀତ ଏଠି ଚାଷ କରୁଥିବା ପରିବାରର ସଂଖ୍ୟା କମୁଛି । ଗୋଟିଏ ନାମୀ ସ୍କୁଲ ମୁତାବକ, ୧୯୬୮ରେ ଏଠି ୧୨୦୦ ପିଲା ଥିଲେ, ଯାହା ହ୍ରାସ ପାଇ ୨୯ ହେଲାଣି । କିଛି ସ୍କୁଲରେ ଦୁଇଟି ଶ୍ରେଣୀକୁ ନେଇ ଗୋଟିଏ କ୍ଲାସ କରାଯାଇଛି ।