୯୦ ବର୍ଷୀୟା ଜିମ୍ନାଷ୍ଟଙ୍କ ଆଗରେ ହାରମାନିଲା ବୟସ

93

ଜୋହାନ କ୍ୱାସ୍, ବିଶ୍ୱର ସବୁଠୁ ବୟସ୍କା ଜିମ୍ନାଷ୍ଟ । ୯୦ ବର୍ଷ ବୟସରେ ବି ସେ ସକ୍ରୀୟ ରହିଛନ୍ତି । ୧୯୨୫ ମସିହାରେ ଜର୍ମାନର ହୋହେନସୋଲେନରେ ଜନ୍ମଗ୍ରହଣ କରିଥିବା ଏହି ମହିଳା ଜଣକ ପେଶାଦାର ଜିମନାଷ୍ଟ । ୨୦୧୬ ମସିହା ପାଇଁ ବିଶ୍ୱର ସବୁଠାରୁ ବୟସ୍କା ଜିମନାଷ୍ଟ ତାଲିକାରେ ତାଙ୍କ ନାଁ ରହିଛି । ଖୁବ୍ ଛୋଟ ବୟସରୁ ଜିମନାଷ୍ଟିକ୍ସ ଆରମ୍ଭ କରିଥିବା ଜୋହାନ କ୍ୱାସ୍ ଏବେ ବି ୯୦ ବର୍ଷ ବୟସରେ କିଛି କମ୍ ନୁହଁନ୍ତି । ବାର୍ଦ୍ଧକ୍ୟ ଯେମିତି ତାଙ୍କ ନିକଟରେ ହାର ମାରିଛି । ୯୦ ବର୍ଷ ବୟସରେ ମଧ୍ୟ ନିଜର କୌଶଳ ଜାରି ରଖିଛନ୍ତି । ବୟସ ତାଙ୍କ ପାଖରେ ସଂପୂର୍ଣ୍ଣ ହାର ମାନିଛି । ୧୯୩୪ରୁ ୨୦୧୬ ପୂରା ୮୨ ବର୍ଷ ଜିମନାଷ୍ଟିକ୍ସରେ ନିଜର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଛନ୍ତି । ଏହି ୯୦ ବର୍ଷିୟ ମହିଳା ଜିମନାଷ୍ଟ କୋଚ ଭାବେ ବେଶ ନାଁ କରିଛନ୍ତି । ପେଶାଦାର ଭାବେ ସେ ପ୍ରଥମେ ୧୯୩୪ ମସିହାରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ।