ବିକାଶରେ ବାଧକ ଆଇଏଏସ ଅଫିସର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

28

କନକ ବ୍ୟୁରୋ: ଦିଲ୍ଲୀର ଶତକଡା ୯୦ ପ୍ରତିଶତ ଆଇଏଏସ ଅଫିସର କାମ କରୁନାହାନ୍ତି । ବିକାଶ ସଚିବାଳୟରେ ଅଟକି ଯାଇଛି । ଏଭଳି ଅଭିଯୋଗ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ନିଯୁକ୍ତି, ବିଦ୍ୟୁତ ଯୋଗାଣ ଏବଂ ବିଭିନ୍ନ ବିକାଶ ପ୍ରସଙ୍ଗରେ ଫାଇଲ୍ ଅଟକି ରହୁଥିବାରୁ କେଜ୍ରିଓ୍ଵାଲ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ଆଇଏଏସ୍ ଅଧିକାରୀମାନେ ବିନା କାରଣରେ ସରକାରଙ୍କ ନିଷ୍ପତ୍ତିରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପରିବର୍ତ୍ତନ ଆସିବା ଜରୁରୀ ବୋଲି ସେ କହିଛନ୍ତି । ଦିଲ୍ଲୀରେ ଥିବା ଚୁକ୍ତିଭିର୍ତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ବ୍ୟୁରୋକ୍ରାଟମାନେ ମନା କରୁଛନ୍ତି । ଦିଲ୍ଲୀକୁ ସଂପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିଲେ ୨୪ ଘଂଟା ଭିତରେ ଚୁକ୍ତିଭିର୍ତ୍ତିକ କର୍ମଚାରୀଙ୍କୁ ନିୟମିତ କରନ୍ତି ।

ଶକ୍ତି ବିଭାଗର ପେନସନଧାରୀଙ୍କ ଉତ୍ସବରେ ଯୋଗଦେଇ କେଜରିୱାଲ କହିଛନ୍ତି ବିକାଶ ମୂଳକ କାମର ଫାଇଲକୁ ଆଇଏଏସମାନେ ଅଟକାଉଛନ୍ତି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ କାମ କରୁନାହାନ୍ତି , କି ଫାଇଲ ଧରୁନାହାନ୍ତି ବୋଲି କହିଛନ୍ତି । ଚୁକ୍ତିଭିର୍ତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ପ୍ରସ୍ତାବକୁ ଅଟକାଉଛନ୍ତି । ଚୁକ୍ତିଭିର୍ତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଯେତେବେଳେ ପ୍ରସ୍ତାବ ଦେଲି ସମସ୍ତ ଅଧିକାରୀ ମୋତେ ବିରୋଧ କରିଥିଲେ । ସେମାନେ ଯୁକ୍ତି ବାଢିଥିଲେ ଯଦି ସେମାନଙ୍କୁ ନିୟମିତ କରାଗଲେ,ସେମାନେ ଆଉ କାମ କରିବେ ନାହିଁ । ଯଦି ଏହା ପ୍ରକୃତ କାରଣ ତେବେ ସମସ୍ତ ଆଇଏଏସ୍ ଅଧିକାରୀ ଆଡହକ ନିଯୁକ୍ତି ହେବା କଥା, କାରଣ ଆପଣମାନେ କାମ କରୁନାହାନ୍ତି ବୋଲି କେଜ୍ରିଓ୍ଵାଲ ଜବାବରେ କହିଥିଲେ । ଶକ୍ତି ବିଭାଗର ପେନସନଧାରୀଙ୍କ ପାଇଁ କ୍ୟାସଲେସ ସ୍ୱାସ୍ଥ୍ୟସେବା ଉପରେ କେଜ୍ରିଓ୍ଵାଲ କହଥିଲେ ଏହି ଯୋଜନାର ଅଫିସରମାନେ ପ୍ରତିବନ୍ଧକ ସାଜିଛନ୍ତି ।

ବିକାଶ ତଥା ଉନ୍ନୟମମୂଳକ କାମ ସଚିବାଳୟରେ ଅଟକି ଯାଉଥିବା ସେ ଅନୁଭବ କରୁଛନ୍ତି ବୋଲି କହଛନ୍ତି । ଏଲଜିଙ୍କ ଆପ୍ରୁଭାଲ ପାଇଁ ଡ୍ରାଫ୍ଟ ପଠାଇବାକୁ ଶ୍ରମ ବିଭାଗକୁ ନିର୍ଦେଶ ଦେଇଥିବା କେଜ୍ରିଓ୍ଵାଲ କହିଛନ୍ତି । ଯଦି ଏଥର ଅଫିସରମାନେ ବିରୋଧ କରନ୍ତି ତେବେ ସଠିକ ଢଙ୍ଗରେ ଉତର ଦେବେ ବୋଲି ସେ କହିଛନ୍ତି । ପୂର୍ବରୁ ସମାନ ଅଭିଯୋଗ କରିଥିଲେ ଦିଲ୍ଲୀ ସହରାଂଚଳ ବିକାଶ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଯେତେବେଳେ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ବିକାଶ ମୂଳକ କାମର ସମୀକ୍ଷା କରୁଥିଲେ ସେତବେଳେ ସତ୍ୟେନ୍ଦ୍ର ଜୈନ ଟ୍ୱିଟ କରିଥିଲେ କି ଦିଲ୍ଲୀର ଅଣସ୍ୱୀକୃତିପ୍ରାପ୍ତ କଲୋନିର ବିକାଶ ବିଷୟରେ ଆଲୋଚନା ପାଇଁ ସମୟ ଦେଉନାହାନ୍ତି । ଅଣସ୍ୱୀକୃତିପ୍ରାପ୍ତ କଲୋନୀର ବିକାଶ କାମ ଇରିଗେସନ ଓ ଫ୍ଲଡ କଂଟ୍ରୋଲ ଏବଂ ଡିଏସଆଇଆଇଡିସି କରିବ ବୋଲି ନିକଟରେ ଦିଲ୍ଲୀ ସରକାର ନିଷ୍ପତି ନେଇଛନ୍ତି ।