ଫିକା ପଡିବ ପାର୍ବଣ ଋତୁ ! ବନ୍ଦ ହୋଇଯିବ ୯୦ କୋଟି ଡେବିଟ୍ କାର୍ଡ,କେମିତି କରିବେ କିଣାବିକା ?

78

ଏହି ଫେଷ୍ଟିଭ୍ ସିଜନ୍ ରେ ୯୦ କୋଟିରୁ ଅଧିକ ଡେବିଟ୍ ତଥା କ୍ରେଡିଟ୍ କାର୍ଡ ଧାରକଙ୍କ କାର୍ଡ ବନ୍ଦ ହୋଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କାର୍ଡ ଜାରୀ କରିଥିବା ବିଦେଶୀ କମ୍ପାନୀଙ୍କ ପାଇଁ ଏକ ନିୟମ ଜାରୀ କରିଛି । ଯେଉଁଥିପାଇଁ ତାଙ୍କୁ ୬ ମାସର ସମୟ ଦିଆଯାଇଛି । ତେବେ ଏହି ସମୟସୀମା ୧୫ ଅକ୍ଟୋବରରେ ସମାପ୍ତ ହେବାକୁ ଯାଉଛି । ତେବେ ଏହାର ସମୟସୀମାକୁ ବଢାଇବା ପାଇଁ ଆରବିଆଇ ମନା କରିଦେଇଛି ।

ଏହି କମ୍ପାନୀର କାର୍ଡ ଜାରୀ ହୋଇଥାଏ :

ଦେଶରେ ଅଧିକାଂଶ ବ୍ୟାଙ୍କ ଗ୍ରାହକଙ୍କୁ ମାଷ୍ଟରକାର୍ଡ ,ଭିସା କିମ୍ବା କ୍ରେଡିଟ୍-ଡେବିଟ୍ କାର୍ଡ ଦେଇଥାଏ । ତେବେ ଆରବିଆଇ ତରଫରୁ ଏହି ବିଦେଶୀ କମ୍ପାନୀମାନଙ୍କୁ ଦେଶରେ ନିଜର ସର୍ଭର ଲଗାଇବା ପାଇଁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ସମୟ ମିଳିଛି ।

ଅର୍ଥମନ୍ତ୍ରୀଙ୍କୁ କହି ମଧ୍ୟ କିଛି ଲାଭ ହେଲାନାହିଁ :

ଏହି କମ୍ପାନୀର ପ୍ରତିନିଧିମାନେ ଅକ୍ଟୋବର ୫ ତାରିଖରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ସାକ୍ଷାତ କରି ଏ ବିଷୟରେ କଥା ହେଇଥିଲେ ଏବଂ ସମୟସୀମାକୁ ବଢାଇବା ପାଇଁ ମଧ୍ୟ କହିଥିଲେ । କମ୍ପାନୀର କହିବାନୁସାର ଡାଟା ଷ୍ଟୋର କରିବା ପାଇଁ ୨ ବର୍ଷ ସମୟ ଲାଗିବ । ତେବେ ଅର୍ଥ ମନ୍ତ୍ରାଳୟ ଏହାକୁ ସମ୍ପୁର୍ଣ୍ଣ ରୂପେ ନାକଜ କରିଦେଇଛି ।

ଫିକା ପଡିବ ଫେଷ୍ଟିଭ୍ ସିଜନ୍ :

ଆରବିଆଇର ଏହି ଫଇସଲା ଆସିବା ପରେ ଫେଷ୍ଟିଭ୍ ସିଜନ୍ ଫିକା ପଡିବାର ଆଶଙ୍କା ରହିଛି । ନୋଟବନ୍ଦୀ ପରେ ଦେଶରେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ପ୍ରଚଳନ ଅଧିକ ବଢିଛି । ଅଧିକ ଲୋକ ଏବେ କାର୍ଡ ଜରିଆରେ କିଣାବିକା କରୁଛନ୍ତି । ଭାରତ ମଧ୍ୟ ରୁପେ କ୍ରେଡିଟ୍ କାର୍ଡ ଜାରି କରିବାକୁ ଅଣ୍ଟା ଭିଡିଲାଣି ।

କାର୍ଡ ବନ୍ଦ ହେବା ପରେ ଏମାନଙ୍କ ଉପଯୋଗ ଅଧିକ ବଢିବ :

ମାଷ୍ଟରକାର୍ଡ ଏବଂ ଭିସାର କ୍ରେଡିଟ୍ ତଥା ଡେବିଟ୍ କାର୍ଡ ବନ୍ଦ ହେଲେ ଲୋକଙ୍କ ପାଖରେ କ୍ୟାସ୍ ବ୍ୟତିତ ୟୁପିଆଇ,ନେଟୱାର୍କିଙ୍ଗ ଏବଂ ମୋବାଇଲ୍ ୱଲେଟ୍ ଦ୍ୱାରା ଲୋକମାନେ ଟଙ୍କା ନେଣଦେଣ କରିବାର ବିକଳ୍ପ ମଧ୍ୟ ରହିଛି । ଯେଉଁ ଲୋକମାନଙ୍କ ପାଖରେ ଇଣ୍ଟରନେଟ କନେକ୍ସନ୍ ଅଛି ସେମାନେ ଏହାକୁ ବ୍ୟବହାର କରିପାରିବେ ।

ଟଙ୍କା ନେଣଦେଣ ସମୟରେ ଅନେକ ଅସୁବିଧା ଉପୁଜିବ :

କାର୍ଡ ବନ୍ଦ ହେବା ପରେ କ୍ୟାସ୍ ଦେବାରେ ଅସୁବିଧା ଉପୁଜିପାରେ । ଅଧିକତର ଲୋକେ ଏବେ ବି ଡେବିଟ୍ କାର୍ଡର ବ୍ୟବହାର ଏଟିଏମ୍ କାର୍ଡ ବ୍ୟବହାର ପାଇଁ କରୁଛନ୍ତି । ଯଦି ଲୋକମାନେ ଏଟିଏମ୍ ରୁ ଟଙ୍କା ଉଠାଇ ପାରୁନାହାନ୍ତି ତେବେ ତେବେ ଫେଷ୍ଟିଭ୍ ସିଜନରେ କିଣାବିକା ମଧ୍ୟ କରିପାରିବେ ନାହିଁ । ଆରବିଆଇର ଏହି ଫଇସଲା ୯୦ କୋଟି ଲୋକଙ୍କ ଉପରେ ଭାରି ପଡିପାରେ ।

ଏହି ଉପାୟରେ ବଦଳାନ୍ତୁ କ୍ରେଡିଟ୍ –ଡେବିଟ୍ କାର୍ଡ :

ଯଦି ଆପଣଙ୍କ ପାଖରେ ମଧ୍ୟ ମାଷ୍ଟରକାର୍ଡ କିମ୍ବା ଭିସାର କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ରହିଛି ତେବେ ଆପଣ ଏହାକୁ ସହଜରେ ବଦଳାଇ ପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କକୁ ଯାଇ କାର୍ଡ ପରିବର୍ତ୍ତନ କରିବାର ଫର୍ମ ପୂରଣ କରିବାକୁ ପଡିବ । କ୍ରେଡିଟ୍ କାର୍ଡ ଧାରକ ବ୍ୟାଙ୍କ୍ ର କଷ୍ଟମର କେୟାରରେ ଫୋନ୍ କରି ଏହି ସୁବିଧା ବିଷୟରେ ପଚାରିପାରିବେ । ଏକ ସପ୍ତାହ ଭିତରରେ ଆପଣଙ୍କ ନୂଆ ରୁପେର ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ଆପଣଙ୍କ ପାଖରେ ପହଞ୍ଚିଯିବ ।