ଲଣ୍ଡନରେ ବାଜିବ ଓଡିଶା ଡ୍ରମ୍ ! ‘ବ୍ରିଟେନ୍ସ ଗଟ୍ ଟ୍ୟାଲେଂଟ୍’ ସୋ’ରେ ଓଡିଆ ପୁଅ ଅଭିଷେକ

49

ଓଡିଶାରେ ସଫଳତାର ଇତିହାସରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ଆଉ ଏହି ଗୌରବ ଆଣି ଦେଇଛନ୍ତି ୯ ବର୍ଷର ବାଳକ ଅଭିଷେକ ସାହୁ । ଲଣ୍ଡନର ଲୋକପ୍ରିୟ ଟ୍ୟାଲେଂଟ୍ ସୋ ‘ବ୍ରିଟେନ୍ସ ଗଟ୍ ଟ୍ୟାଲେଂଟ’ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅଭିଷେକ । ତେବେ ଅଭିଷେକଙ୍କ ଏହି ସଫଳତା ପାଇଁ କେବଳ ରାଜ୍ୟ ନୁହେଁ ସାରା ଦେଶ ଏବେ ଗର୍ବିତ ।

ଚିତାକର୍ଷକ ଡ୍ରମ୍ ବାଦକ ରୂପେ ସେ ଏହି ଟ୍ୟାଲେଂଟ୍ ସୋ’ରେ ଭାଗ ନେଉଛନ୍ତି । ଏହି ସଫଳତା ପାଇବାରେ ଅଭିଷେକ ହେଉଛନ୍ତି ପ୍ରଥମ ଓଡିଆ । ୫ଟି ଭିନ୍ନ ଭିନ୍ନ ଭାଷାରେ ଏହି ବାଦ୍ୟ ଯନ୍ତ୍ରକୁ ବେଶ୍ ଭଲ ଭାବରେ ବଜାଇ ପାରନ୍ତି ଅଭିଷେକ । ଏପର୍ଯ୍ୟନ୍ତ ଅଭିଷେକ ୮୦ରୁ ଉର୍ଦ୍ଧ୍ୱ ଷ୍ଟେଜ ସୋ’ରେ ଭାଗ ନେଇ ତାଙ୍କର ଦକ୍ଷତା ଦେଖାଇ ସାରିଛନ୍ତି । ଏହି ସଫଳିତା ପରେ ଓଡିଶା ଷ୍ଟେଟ୍ କମିଶନ୍ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ( ଓଏସପିସିଆର) ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି ।

‘ବ୍ରିଟେନ୍ସ ଗଟ୍ ଟ୍ୟାଲେଂଟ’ ସୋରେ ଅଭିଷେକଙ୍କୁ ସମର୍ଥନ କରିବା ପାଇଁ ତାଙ୍କ ବାପା ଓଡିଶା ବାସୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ବିସ୍ମୟ ବାଳକଙ୍କ ପ୍ରତିଭା ଦେଖନ୍ତୁ ଏହି ଭିଡିଓରେ :