ବିହାର : ନିୟନ୍ତ୍ରଣ ହରାଇ ସ୍କୁଲ ଭିତରେ ପଶିଲା ଗାଡ଼ି, ୯ ଶିଶୁ ମୃତ

25

କନକ ବ୍ୟୁରୋ : ବିହାରର ମୀନାପୁର ଅଞ୍ଚଳରେ ନିୟନ୍ତ୍ରଣ ହରାଇ ଶନିବାର ଅପରାହ୍ନରେ ଏକ ବୋଲେରେ ସ୍କୁଲ ଭିତରେ ପ୍ରବେଶ କରିବାରୁ ୯ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ୨୦ ଜଣ ଶିଶୁ ଓ ମହିଳା ଗୁରୁତର ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅହିୟାପୁରର ଝପହାସ୍ଥିତ ଏକ ସ୍କୁଲରେ ନିୟନ୍ତ୍ରଣ ହରାଇ ବୋଲେରୋ ପଶି ଯାଇଥିଲା । ଫଳରେ ବିଦ୍ୟାଳୟ ପରିସର ଭିତରେ ଥିବା୯ଜଣ ଶିଶୁଙ୍କ ଉପରେ ଚଢ଼ିଯାଇଥିଲା । ମୁଜାଫରପୁର ଏସଏସପି ବିବେକ କୁମାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଘଟଣାସ୍ଥଳରେ ୯ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ଓ ଆହତ ପିଲା ଓ ମହିଳାଙ୍କୁ ଏସକେଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୁହାଯାଉଛି ଯେ, ଧର୍ମପୁରୀ ବିଦ୍ୟାଳୟରେ ପିଲାମାନେ ଛୁଟି ପରେ ଘରକୁ ଯିବା ପାଇଁ ବାହାରୁଥିଲେ । ଏହି ସମୟରେ ମୁଜାଫରପୁର-ଶିବହର ମାର୍ଗରେ ଦ୍ରୁତ ଗତିରେ ଯାଉଥିବା ବୋଲେରୋ ନିୟନ୍ତ୍ରଣ ହରାଇ ପିଲାମାନଙ୍କ ଉପରେ ଚଢ଼ି ଯାଇଥିଲା । ପ୍ରତକ୍ଷ୍ୟଦର୍ଶୀମାନେ କିଛି ଭାବିବା ପୂର୍ବରୁ ୯ଜଣ ଶିଶୁଙ୍କର ଜୀବନ ଚାଲି ଯାଇଥିଲା । ବୋଲେରୋର ଚାଳକ ନିୟନ୍ତ୍ରଣ ହରାଇଲା ପରେ ଗାଡିଟିକୁ ଓଲଟାଇ ଦେଇଥିଲେ । ବୋଲେରୋ ଥିବା ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି ।