ଭାରତର ୯ ଧନୀଙ୍କ ପାଖରେ ଅଛି ଦେଶର ୫୦% ସମ୍ପତ୍ତି : ସର୍ଭେ ରିପୋର୍ଟ

196

ବର୍ଷ ୨୦୧୮ରେ ଭାରତର କୋଟିପତିଙ୍କ ସମ୍ପତ୍ତି ରେ ପ୍ରତିଦିନ ୨,୨୦୦ କୋଟି ଟଙ୍କାର ବୃଦ୍ଧି ଦେଖାଦେଇଛି । ଅକ୍ସଫାମର ଅଧ୍ୟୟନରେ ସାମନାକୁ ଆସିଛି କି, ଦେଶର ୧% ଧନୀଙ୍କରେ ୨୦୧୮ରେ ୩୯% ବୃଦ୍ଧି ଘଟିଛି । ଏହି ଅଧ୍ୟୟନ ମୁତାବକ, ଭାରତର ୯ ଧନୀ ଲୋକଙ୍କ ପାଖରେ ଦେଶର ଅଧା ଜନସଂଖ୍ୟା ଯେତିକି ସଂପତ୍ତି ଅଛି ।

ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ୨୦୧୮ରେ ବିଶ୍ୱସ୍ତରରେ କୋଟିପତିମାନଙ୍କର ସମ୍ପଦ ଦୈନିକ ୧୨% ବା ଆମେରିକୀୟ ଡଲାରରେ ୨. ୫ କୋଟି ବୃଦ୍ଧି ପାଇଥିବା ବେଳେ ବିଶ୍ୱ ଜନସଂଖ୍ୟାର ୫୦% ଦରିଦ୍ରଙ୍କ ସମ୍ପତ୍ତି ୧୧%କୁ ହ୍ରାସ ପାଇଛି। ଅକ୍ସଫାମର ଇଣ୍ଟରନ୍ୟାସନାଲ୍ ଏକଜିକ୍ୟୁଟିଭ୍ ଡାଇରେକ୍ଟର୍ ଓ୍ଵିନି ବାୟାନୟିମିଆ କହିଛନ୍ତି ଯେ, ଭାରତର ସମ୍ପଦର ବଢ଼ୁଥିବା ଭାଗର ମାଲିକ ଅଳ୍ପ କେତେକ ବ୍ୟକ୍ତି ହେଉଥିବା ବେଳେ ଦରିଦ୍ରମାନେ ସେମାନଙ୍କର ମୌଳିକ ଆବଶ୍ୟକତା ମେଣ୍ଟାଇବାକୁ ସଂଗ୍ରାମ କରିବା ନୈତିକତା ଦୃଷ୍ଟିରୁ ଅଶୋଭନୀୟ।

୧% ଏବଂ ବାକି ଜନସଂଖ୍ୟା ମଧ୍ୟରେ ଯଦି ଏହି ଅଶୋଭନୀୟ ଅସମାନତା ଚାଲୁ ରହେ ଏହା ଭାରତରେ ସାମାଜିକ ଏବଂ ଗଣତାନ୍ତ୍ରିକ ଢାଞ୍ଚାକୁ ସମ୍ପୂର୍ଣ୍ଣ ଭୁଶୁଡ଼ାଇ ଦେବ। ଦେଶର ସମୁଦାୟ ସମ୍ପଦର ୭୭. ୪% ରହୁଛି ଶୀର୍ଷ ସ୍ତରୀୟ ୧୦% ଭାରତୀୟଙ୍କ ହାତରେ । ସବୁଠୁ ଶୀର୍ଷରେ ଥିବା ୧% ଭାରତୀୟଙ୍କ ହାତରେ ରହୁଛି ଦେଶର ସମୁଦାୟ ସମ୍ପଦର ୫୧. ୫୩%। ଦେଶର ସମୁଦାୟ ସମ୍ପଦର ୭୭. ୪% ରହୁଛି ଶୀର୍ଷସ୍ତରୀୟ ୧୦% ଭାରତୀୟଙ୍କ ହାତରେ। ସବୁଠୁ ଶୀର୍ଷରେ ଥିବା ୧% ଭାରତୀୟଙ୍କ ହାତରେ ରହୁଛି ଦେଶର ସମୁଦାୟ ସମ୍ପଦର ୫୧. ୫୩%। ତଳସ୍ତରରେ ଥିବା ୬୦% ଲୋକେ ଜାତୀୟ ସମ୍ପଦର ମାତ୍ର ୪. ୮%ର ଅଧିକାରୀ। ୯ ଜଣ ଶ୍ରେଷ୍ଠ କୋଟିପତିଙ୍କ ସମ୍ପଦ ତଳସ୍ତରରେ ଥିବା ୫୦% ଜନସଂଖ୍ୟାର ସମ୍ପଦ ସହ ସମାନ ବୋଲି ଅକ୍ସଫାମ ଅଧ୍ୟୟନ କହୁଛି । ଗତବର୍ଷ ଭାରତୀୟ କୋଟିପତିଙ୍କ ତାଲିକାରେ ୧୮ ନୂଆ କୋଟିପତି ସାମିଲ ହୋଇ ଦେଶର କୋଟିପତିଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଥିବା କଥା ରିପୋର୍ଟରେ ପ୍ରକାଶ ପାଇଛି।

Comments are closed.