ସଟଡାଉନ ଵେଳେ ଵୁଲିଵା ଅଭିଯୋଗରେ ୯ଗିରଫ । ୯ଯୁଵକଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ

677

କନକ ବ୍ୟୁରୋ : ଭଦ୍ରକରେ ଶୁକ୍ରବାର ରାତି ୮ଟାରୁ ଲାଗୁ ହୋଇଛି କର୍ଫ୍ୟୁ । ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳକୁ ସମ୍ପୂର୍ଣ୍ଣ ସଟଡାଉନ କରିଛି ଭଦ୍ରକ ଜିଲ୍ଲାପ୍ରଶାସନ । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା କେତେକ ଔଷଧ ଦୋକାନ କେବଳ ଖୋଲା ରହିଛି । ରାସ୍ତାଘାଟ ପୁରା ଶୂନଶାନ ରହିଛି ।

ତେବେ ଭଦ୍ରକରେ ନିୟମ ନମାନି ବାହାରେ ବୁଲୁଥିବାରୁ ୯ଜଣ ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ସମସ୍ତଙ୍କୁ ୧୪ ଦିନିଆ କ୍ୱାରେନଟାଇନରେ ପଠାଇଦେଇଛି ଭଦ୍ରକ ପୋଲିସ୍ ।