ସ୍ୱାସ୍ଥ୍ୟ ବ୍ୟବସ୍ଥାର କରୁଣ ଚିତ୍ର ! ମେଡ଼ିକାଲରେ ୯ ଦିନର ନବଜାତ ଶିଶୁକୁ କାଟି ମାରିଦେଲେ ମୂଷା

207

ବିହାରରେ ଘଟିଛି ଅଭାବନୀୟ ଘଟଣା । ୯ ନବଜାତ ଶିଶୁକୁ ମୂଷାମାନେ କାଟି ମାରି ଦେଇଛନ୍ତି । ଏଥିରୁ ବିହାରର ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ଆପଣ ଅନୁମାନ କରିପାରୁଥିବେ । ବିହାରର ଦରଭଙ୍ଗା ମେଡ଼ିକାଲରେ ୯ ଦିନର ନବଜାତ ଶିଶୁକୁ ମୂଷା କାଟିଦେଇ ମାରିଦେଇଛନ୍ତି । ମୃତକଙ୍କ ପରିବାର ଡାକ୍ତର ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ନେଇ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ଏନଆଇସିୟୁରେ ଭର୍ତ୍ତି ହୋଇଥିବା ନବଜାତକକଙ୍କୁ ମୂଷା କାଟି ଦେଇଥିଲେ, ଯାହାଫଳରେ ଦୁନିଆ ଦେଖିବା ପୂର୍ବରୁ ନବଜାତକର ମୃତ୍ୟୁ ହୋଇଯାଇଛି ।

ସୂଚନା ଅନୁସାରେ ବିହାରର ଦରଭଙ୍ଗା ଜିଲ୍ଲାର ସବୁଠାରୁ ବଡ଼ ମେଡ଼ିକାଲ ଡିଏମସିଏଚର ଶିଶୁ ବିଭାଗରେ ଏହି ଘଟଣା ଘଟିଛି । ସୋବବାର ରାତିରେ ମଧୁବନିର ନଜାରା ଗାଁର ବୀଣା ୯ ଦିନରୁ ଶିଶୁକୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସକାଳ ପାଖାପାଖି ୪ରୁ ୫ଟାରେ ନିଜ ପିଲାକୁ ଦେଖିବା ପାଇଁ ଆସିଥିଲେ ବୀଣା ଦେବୀ । ତେବେ ତାଙ୍କ ଆଖି ସାମ୍ନାରେ ଯେଉଁ ଦୃଶ୍ୟ ଦେଖାଗଲା , ତାହା ନିଜେ ନଦେଖିବା ଲୋକ ବିଶ୍ୱାସ କରିପାରିବ ନାହିଁ ।

ସେ ଦେଖିଲେ ମୂଷାମାନେ ନବଜାତକର ଶରୀରକୁ କାଟୁଛନ୍ତି । ଏହାଦେଖି ବୀଣା ଦେବୀ ଜୋରରେ ପାଟି କରିଥିଲେ । ତେବେ ମୂଷା ମାନଙ୍କ ଠାରୁ ପିଲାକୁ ଉଦ୍ଧାର କରିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ସେତେବେଳକୁ ତାଙ୍କ ସଂସାର ଉଜୁଡ଼ି ଯାଇଥିଲା । ବହୁତ ଡ଼େରି ହୋଇଗଲା । ନବଜାରତକ ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣା ପରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଅନ୍ୟ ରୋଗୀ ଡରରେ ଜୀବନ ବିତାଉଛନ୍ତି ।