ସମ୍ବଲପୁର ଜିଲ୍ଲା ପରିଷଦ ନିର୍ବାଚନରେ ଗଣ୍ଡଗୋଳ ଘଟଣା ! ଦଳରୁ ବହିଷ୍କୃତ ହେଲେ ୯ ଜଣ ବିଜେପି କାର୍ଯ୍ୟକର୍ତା

31

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ପରିଷଦ ନିର୍ବାଚନରେ ଗଣ୍ଡଗୋଳ ଘଟଣା । ଦଳରୁ ବହିଷ୍କୃତ ହେଲେ ୯ ଜଣ ବିଜେପି କାର୍ଯ୍ୟକର୍ତା । ବିଶୃଙ୍ଖଳିତ ଆଚରଣ ପାଇଁ ଏହି ୯ ଜଣ କାର୍ଯ୍ୟକର୍ତାଙ୍କୁ ଆଜି ଦଳରୁ ବହିଷ୍କାର କରାଯାଇଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହି ୯ ଜଣଙ୍କୁ ବହିଷ୍କାର ଆଦେଶ ଦେଇଥିବା ସୂଚନା ମିଳିଛି । ପୂର୍ବରୁ ଜୟନାରାୟଣ ମିଶ୍ରଙ୍କ ସହ ୧୧ ଜଣ ନିଲମ୍ବିତ ହୋଇଥିଲେ । ସମ୍ବଲପୁର ଜିଲ୍ଲା ପରିଷଦ ନିର୍ବାଚନରେ ଗଣ୍ଡଗୋଳ ହୋଇଥିଲା ।

ଯେଉଁଥିରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା । ଏହାର ଫଳସ୍ୱରୂପ ଗତ ରବିବାର ଦିନ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ସେହିଦିନ ଜୟନାରାୟଣଙ୍କ ସହ ସମ୍ବଲପୁରର ୯ ଜଣ ଜିଲ୍ଲାପରିଷଦ ସଦସ୍ୟଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଯାଇଥିଲା ।