ଗୁରୁ ବନିଲେ ଦୁଃଶାସନ ! ୮୮ଜଣ ଛାତ୍ରୀଙ୍କୁ ସର୍ବସମ୍ମୁଖରେ କଲେ ଉଲଗ୍ନ

72

‘ଗୁରୁ’ଭାରତୀୟ ସଂସ୍କୃତି ସହ କାହିଁ କେତେ କାଳରୁ ଯୋଡିହେଇ ରହିଛି । ଗୁରୁଙ୍କର ଆଦର୍ଶକୁ ପ୍ରତ୍ୟୋକ ଭାରତୀୟ ସମ୍ମାନ ଜଣାଇଥାଆନ୍ତି । ତାଙ୍କ ପାଦ ତଳେ ଲୋଟିପଡନ୍ତି ଭାରତୀୟ ଛାତ୍ରଛାତ୍ରୀ । କାରଣ ସେ ଗୁରୁ । ଅନେକ ଆଦର୍ଶର ବାର୍ତ୍ତାବହ । କଳଙ୍କ ମୁକ୍ତ ସମାଜର ବିନ୍ଧାଣୀ । ଯିଏ ସୃଷ୍ଟି କରେ ନୂତନ ସମାଜ । ଯାହାର ଗୋଟିଏ ପଦ କଥାରେ ସମୁଦ୍ର ଲଂଘିପାରେ ଛାତ୍ର ଆଉ ହିମାଳୟ ଭଳି ପ ର୍ବତକୁ ଘୁଂଚାଇବାକୁ ବି ପଛଘୁଂଚା ଦିଏନାହିଁ ।
କିନ୍ତୁ ଏସବୁକୁ ମିଛ ପ୍ରମାଣିତ କରିଛନ୍ତି ଅରୁଣାଚଳ ପ୍ରଦେଶର ତିନିଜଣ କଳଙ୍କିତ ଗୁରୁ ।

ପ୍ରଧାନଶିକ୍ଷକଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରି ହଟହଟ୍ଟା ହେଲେ ୮୮ଜଣ ଛାତ୍ରୀ । ନିଜର ମହାନତାକୁ ଜଳାଜଂଳି ଦେଇ ଦଂଡ ସ୍ୱରୂପ ଛାତ୍ରୀଙ୍କୁ ସେମାନଙ୍କର ଡ୍ରେସ ଖୋଲାଇଥିଲେ ।ଏଭଳି ଅଭାବନୀୟ ଓ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଥିଲା ପାପୁମପାରେ ଜିଲ୍ଲାର ତାନିହାପ୍ପା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ । ଷଷ୍ଠ ଓ ସପ୍ତମ ଶ୍ରେଣୀର ୮୮ଜଣ ଛାତ୍ରୀଙ୍କୁ ତିନିଜଣ ଗୁରୁ ଏଭଳି ଅପମାନଜନକ ବ୍ୟବହାର ପ୍ରଦର୍ଶନକରିଥିବା ପୋଲିସ କହିଛି । ନଭେମ୍ବର ୨୩ରେ ଏଭଳି ଘଟଣା ଘଟିଥିଲେ ବି ନଭେମ୍ବର ୨୭ରେ ଅଲସାଗଲୀ ଷ୍ଟୁଡେଂଟସ ୟୁନିୟନ ଥାନାରେ ଅଭିଯୋଗକରିବା ପରେ ଏଭଳି ଘଟଣା ଲୋକଲୋଚନକୁ ଆସିଥିଲା । ୟୁନିୟନ ସହାୟତାରେ ଛାତ୍ରୀମାନେ ସ୍କୁଲ ପ୍ରଶାସନ ଓ ଦୋଷୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜଣେ ଛାତ୍ରୀ ପ୍ରଧାନଶିକ୍ଷକ ଓ ଜଣେ ଛାତ୍ରୀଙ୍କ ବିରୋଧରେ କିଛି ଅଶୋଭନୀୟ ଶବ୍ଦ ବ୍ୟବହାର କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ଜଣ ସହକାରୀ ଶିକ୍ଷକ ଓ ଜଣେ କନିଷ୍ଠ ଶିକ୍ଷକ ୮୮ଜଣ ଛାତ୍ରୀଙ୍କୁ ଅନ୍ୟ ଛାତ୍ରୀଙ୍କ ସମ୍ମୁଖରେ ଡ୍ରେସ ଖୋଲିବାକୁ ବାଧ୍ୟ କରିଥିଲେ । ଛାତ୍ରୀମାନେ କେସ କରିଥିବା ନେଇ କହିଛନ୍ତି ପାପୁମପାରେ ଜିଲ୍ଲାର ଏସପି ତୁମେ ଆମୋ । ଏହି କେସକୁ ମହିଳା ଥାନାକୁ ହସ୍ତାନ୍ତର କରାଯାଇଥିବା ସେ କହିଛନ୍ତି ।

ମାମଲା ରୁଜୁ ହେବା ଆଗରୁ ଛାତ୍ରୀ ଓ ସେମାନଙ୍କର ଅଭିଭାବକଙ୍କୁ ପୋଲିସ ପଚରାଉଚରା କରିବ । ଛାତ୍ରଛାତ୍ରୀଙ୍କୁ ଦଂଡ ଦେବା ପୂର୍ବରୁ ଶିକ୍ଷକମାନେ ଛାତ୍ରୀଙ୍କ ଅଭିଭାବକଙ୍କ ସହ କଥା ହୋଇନଥିଲେ ବୋଲି କହିଛନ୍ତି ପାପୁମପାରେ ଜିଲ୍ଲା ଛାତ୍ର ୟୁନିୟନର ସଭାପତି ନବମ ଟାଡୋ । ଏହି ଘଟଣାକୁ ନେଇ ଅରୁଣାଚଳ ପ୍ରଦେଶ କଂଗ୍ରେସ କମିଟି ଦୁଃଖ ପ୍ରକାଶ କରିଛି । ତା ସହ ଏହା ଶିକ୍ଷକଙ୍କ ଘୃଣ୍ୟ କାର୍ଯ୍ୟ ବୋଲି ଅରୁଣାଚଳ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଉଛି । ଛାତ୍ରଛାତ୍ରୀଙ୍କୁ ଶୃଙ୍କଳିତ କରିବା ,ସେମାନଙ୍କ ଚରିତ୍ର ସୁଧାରିବା ଶିକ୍ଷକଙ୍କ କାମ । ଛାତ୍ରୀଙ୍କ ଡ୍ରେସ ଖୋଲାଇବା ଦ୍ୱାରା ଏଭଳି ଘଟଣାର ସମାଧାନ କରାଯାଇ ପାରିବ ନାହିଁ । ଏହା ଶିଶୁ ଅଧିକାର ଉଲଂଘନ କରୁଥିବା ଦଳ ପକ୍ଷରୁ କୁହାଯାଇଛି ।

ସୌଜନ୍ୟ: ହିନ୍ଦୁସ୍ତାନ ଟାଇମସ