ସୁର ସମ୍ରାଜ୍ଞୀଙ୍କୁ ୮୭ : ଏବେବି ମତୁଆଲା କରେ ଲତାଙ୍କ ସୁର

48

1୮୭ ପର୍ଷରେ ପାଦ ଦେଇଛନ୍ତି ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର୍ । ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି କୋକିଳକଣ୍ଠୀ, ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ସମଗ୍ର ବିଶ୍ୱରେ ଲତା ସୁର ସମ୍ରାଜ୍ଞୀ ଭାବେ ପରିଚିତ ।

4ପଣ୍ଡିତ ଦୀନନାଥ ମଙ୍ଗେସକରଙ୍କ ବଡ ଝିଅ ଲତା ପ୍ରଥମେ ଅଭିନୟରେ କ୍ୟାରିୟର ଆରମ୍ଭ କରିବାକୁ ମନସ୍ଥ କରିଥିଲେ । ବିଧିର ବିଧାନ କିନ୍ତୁ ଥିଲା ନିଆରା । ୧୯୪୫ରେ ପିତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପରାମର୍ଶରେ ମୁମ୍ବାଇ ଆସି ଗୀତ ଶିଖିବା ସହ ବିଭିନ୍ନ ଚଳଚିତ୍ରରେ ଗାଇବା ଆରମ୍ଭ କରିଥିଲେ । ସୁର ସମ୍ରାଜ୍ଞୀ ଲତା ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଲତା ୨୦ରୁ ଉର୍ଦ୍ଧ ଭାଷାରେ ଗୀତ ଗାଇଛନ୍ତି। ପ୍ରାୟ ୧ହଜାରରୁ ଅଧିକ ଚଳଚିତ୍ରରେ ଗୀତ ଗାଇଛନ୍ତି । ତାଙ୍କର ଲୋକପ୍ରିୟ ଗୀତ ଗୁଡିକ ହେଲା “ଏ ମେରେ ୱତନ କେ ଲୋଗେଁ ”, “ କୋରା କାଗଜ ଥା ଏ ମନ ମେରା” , “ୟାରା ସିଲିସିଲି ” ଇତ୍ୟାଦି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –