ବିରାଟ ବାହିନୀକୁ ଉତ୍ସାହିତ କରିବାକୁ ବର୍ମିଂହାମରେ ୮୭ ବର୍ଷିୟା ବୃଦ୍ଧା: କହିଲେ ୧୯୮୩ ପାଇଁ ପ୍ରାର୍ଥନା କରିଥିଲି ଆଉ ୨୦୧୯ ପାଇଁ ବି କରୁଛି…

951

କନକ ବ୍ୟୁରୋ: ହାତରେ ତ୍ରିରଙ୍ଗା ପତାକା, ବେକରେ ଅଶୋକ ଚକ୍ର ଥିବା ଉତ୍ତରୀୟ ଆଉ ପାଟିରେ ପେଁକାଳି ଫୁଙ୍କି ଭାରତକୁ ଚିଅର ଅଫ କରୁଛନ୍ତି ଜଣେ ବୃଦ୍ଧା । ବର୍ମିଂହାମରେ ବସି ବିରାଟ ବାହିନୀର ଖେଳ ଦେଖୁଛନ୍ତି ୮୭ ବର୍ଷିୟା ବୃଦ୍ଧା । ହ୍ୱିଲ ଚେୟାରର ସାହାଯ୍ୟ ନେଇଥିଲେ ବି ମ୍ୟାଚ ନିଶା ଆଗରେ ତାଙ୍କ ବୃଦ୍ଧାପଣ ପଛରେ ପଡିଛି ।


ତେବେ ୮୭ ବର୍ଷିୟ ଚାରୁଲତା ପଟେଲ ଦୀର୍ଘ ଦଶନ୍ଧି ଧରି ବିଶ୍ୱକପ ମ୍ୟାଚ ଦେଖି ଆସୁଛନ୍ତି । ଯେଉଁଠି ଯେଉଁଠି ମ୍ୟାଚ ହୁଏ ସେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ପହଞ୍ଚି ଯାଆନ୍ତି । ଆଫ୍ରିକାରେ ସେ ଯେତେବେଳେ ଚାକିରି କରିଥିଲେ ସେ ଟିଭିରେ ଦେଖନ୍ତି ବୋଲି ଚାଲୁ କହିଛନ୍ତି ।

ତେବେ ଚଳିତ ବିଶ୍ୱକପ ଭାରତ ନିଶ୍ଚିତ ଜିତିବ । ଭାରତର ବିଜୟ ପାଇଁ ସେ ପ୍ରଭୁ ଗଣେଷଙ୍କୁ ପ୍ରାର୍ଥନ କରୁଛନ୍ତି । ୧୯୮୩ରେ କପିଲ ଜୀ ଯେତେବେଳେ କ୍ୟାପଟେନ ଥିଲେ ସେତେବେଳେ ମୁଁ ଠାକୁରଙ୍କୁ ବିଜୟ ପାଇଁ ପ୍ରର୍ଥନା କରିଥିଲି ଆଉ ଏଥର ବି କରୁଛି । ତେଣୁ ଭାରତ ନିହାତି ବିଶ୍ୱକପ ବିଜୟୀ ହେବ ବୋଲି ଚାରୁ କହିଛନ୍ତି ।