ବ୍ରହ୍ମପୁରରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ : ୮୭ ଜୁଆଡି ଗିରଫ, ୮ ଲକ୍ଷ ଟଙ୍କା ଜବତ

16

କନକ ବ୍ୟୁରୋ : ଜୁଆ ଆଡ୍ଡାରେ ଚଢାଉ । ୮୦ରୁ ଅଧିକ ଜୁଆଡି ଗିରଫ । ବ୍ରହ୍ମପୁର ସହରର ବିଭିନ୍ନ ଜୁଆ ଆଡା ଉପରେ ଚଢାଉ କରିଛି ପୁଲିସ । ପ୍ରାୟ ୯ଟି ଜୁଆ ଆଡ୍ଡାରେ ଚଢାଉ କରି ୮ ଲକ୍ଷ ଟଙ୍କା ଜବତ କରିବା ସହ ୮୭ ଜଣ ଜୁଆଡିଙ୍କୁ ଗିରଫ କରିଛି ପୁଲିସ ।

ବୈଦ୍ୟନାଥପୁର ଥାନା ପୁଲିସ ଦୁଇଟି ଆଡ୍ଡା ଉପରେ ଚଢାଉ କରି ୩ ଲକ୍ଷ ୮୯ ହଜାର ଟଙ୍କା ଜବତ ହୋଇଛି । ଏହାସହ ୧୩ ଜଣ ଜୁଆଡି ଗିରଫ ହୋଇଛନ୍ତି । ସେହିଭଳି  ବଡବଜାର ଥାନା ପୁଲିସ ଜୁଆ ଆଡ୍ଡା ଚଢାଉ କରାଯାଇ ୩ ଲକ୍ଷ ୮୨ ହଜାର ଟଙ୍କା ଜବତ କରାଯିବା ସହ ୪୮ ଜଣଙ୍କୁ ଗିରଫ କରିଛି । ଏପଟେ  ଟାଉନାଥାନା ପୁଲିସ ୨୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୧ ଲକ୍ଷ ୨୧ ହଜାର ଟଙ୍କା ଜବତ କରିଛି ।