ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର କାର୍ଯ୍ୟକ୍ରମ ! ୫ ଜଣ ଓଡ଼ିଆଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

36

କନକ ବ୍ୟୁରୋ : ଆଜି ପ୍ରଦାନ କରାଯାଇଛି ପଦ୍ମ ପୁରସ୍କାର । ଆଜିର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଏଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଛନ୍ତି । ରାଷ୍ଟ୍ରପତି ଭବନରେ ଏନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ୟକ୍ତିବିଶେଷଙ୍କୁ ପଦ୍ମ ସମ୍ମାନରେ ସମ୍ମାନତି କରାଯାଇଛି । ମୋଟ ୮୫ ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି । ଏହି ୮୫ ଜଣଙ୍କ ମଧ୍ୟରୁ ୭୩ ଜଣଙ୍କୁ ପଦ୍ମଶ୍ରୀ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୩ ଜଣଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ଏହି ୮୫ ଜଣଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି । ସେମାନେ ହେଲେ ଭବାନୀ ଚରଣ ପଟ୍ଟନାୟକ-ଜନସେବା, ଚନ୍ଦ୍ରଶେଖର ରଥ-ସାହିତ ଓ ଶିକ୍ଷା, ଶିଶିର ମିଶ୍ର – ସିନେମା, ଗୋବର୍ଦ୍ଧନ ପାଣିକା – କଳା ଓ ହସ୍ତତନ୍ତ ଓ ପ୍ରଭାକର ମହାରଣା – ସ୍ଥାପତ୍ୟ।

ସଂଗୀତ ନିର୍ଦ୍ଦେଶକ ଇଲେୟା ରାଜାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିବାବେଳେ କ୍ରିକେଟିୟର ମହେନ୍ଦ୍ର ସିଂ ଧୋନିଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବୈଜ୍ଞାନିକ ଅରବିନ୍ଦ ଗୁପ୍ତା, ଚିକିତ୍ସକ ଲକ୍ଷ୍ମୀ କୁଟ୍ଟୀ, ଗଣ୍ଡ କଳାକାର ଭାଜୁ ଶ୍ୟାମ, ୯୮ ବର୍ଷୀୟ ସମାଜସେବୀ ସୁଧାଂଶୁ ବିଶ୍ୱାସ ଓ ଭାରତରେ ପାଲିଆଟିଭ କେୟାରର ଜନକ ଏମଆର ରାଜଗୋପାଳ । ଏହା ଛଡ଼ା ଭାରତର ପ୍ରଥମ ପାରାଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୂରଲୀକାନ୍ତ ପେଟକର, ପ୍ଲାଷ୍ଟିକ ସଡ଼କ ନିର୍ମାଣକାରୀ ରାଜଗୋପାଲନ ବାସୁଦେବନ, ଗରିବଙ୍କ ପାଇଁ ହସପିଟାଲ ନିର୍ମାଣ କରିଥିବା ସୁଭାଷିନୀ ମିସ୍ତ୍ରୀ, ତାମିଲ ଲୋକକଳାକାର ବିଜୟ ଲକ୍ଷ୍ମୀ, ଧାଈ ସେବିକା ସୁଲଗଟ୍ଟି ନରସମା, ତିବ୍ଦତୀୟ ଚିକିତ୍ସକ ୟେସି ଧୋଣ୍ଡେନ ପ୍ରମୁଖ