ପ୍ରତିଦିନ ଦେଉଥିଲେ ୮ ଲକ୍ଷ ଟଙ୍କା ଭଡା, ହେଲେ ଅତିଷ୍ଠ କରୁଥିଲା ମଶା ଉପଦ୍ରବ । କାହିଁକି ରାଗିଲେ ସୋନିଆ ଗାନ୍ଧୀ ?

55

ହଟହଟା କଲେ ମଶା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ କଂଗ୍ରେସ ଦଳ ମହାଅଧିବେଶନ କରିବା ପାଇଁ ପ୍ରତିଦିନ ଦେଉଥିଲେ ୮ ଲକ୍ଷ ଟଙ୍କାର ଭଡା । ଏମତିରେ ଅଧିବେଶନ ପାଇଁ ସମସ୍ତ ପ୍ରସ୍ତୁତି ଠିକ ଥିଲା । କିନ୍ତୁ ଆୟୋଜକଙ୍କ ପାଇଁ ସବୁଠୁ ବେଶି କଷ୍ଟଦାୟକ ଥିଲା ମଶା । ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ କଂଗ୍ରେସ କାର୍ଯ୍ୟକର୍ତ୍ତା ନିଜକୁ ମଶାଙ୍କ କାମୁଡାରୁ ରକ୍ଷା କରୁଥିବା ନଜର ଆସିଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ମଶାଙ୍କ ସାମନାରେ ଅସହାୟ ଦେଖାଦେଲେ । ମହାଅଧିବେଶନରେ ସୋନିଆ ଗାନ୍ଧୀ ଶାଲ ଘୋଡେଇ ହୋଇଥିବାର ନଜର ଆସିଥିଲେ ।

କଂଗ୍ରେସର ଜଣେ ବରିଷ୍ଠ ଅଧିକାରୀଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ସଂପର୍କ ଅଧିକାରୀ ମଶା ମାନଙ୍କୁ କାବୁ କରିପାରିନଥିଲେ । ଶନିବାର ଦିନ ଦଳୀୟ ନେତା ଓ ପ୍ରତିନିଧି ମଶାଙ୍କଠୁ ଛୁଟକାରା ପାଇବା ପାଇଁ ବହୁତ ପରିଶ୍ରମ କରିଥିଲେ । ସେମାନେ ମଶା ଦୂର କରିବା ପାଇଁ ଧୁଆଁ ମଧ୍ୟ କରାଇଥିଲେ । କିନ୍ତୁ କୈାଣସି ଲାଭ ମିଳିନଥିଲା । ସୋନିଆ ଗାନ୍ଧୀ କାର୍ଯ୍ୟକ୍ରମ ସମୟରେ ହଇରାଣ ହେଉଥିବାର ଦେଖାଗଲେ ।

ସୂଚନାଯୋଗ୍ୟ, କଂଗ୍ରେସ ନିଜର ଦ୍ୱି ଦିବସୀୟ ମହାଅଧିବେଶନର ଆୟୋଜନ କରିଥିଲା. ଯେଉଁଠି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡୁଥିବାର ନଜର ଆସିଥିଲା । ବିରୋଧୀ ଦଳଙ୍କ ସହ ମେଣ୍ଟ କରିବା, ସଂଗଠନରେ ବ୍ୟାପକ ପରିବର୍ତ୍ତନ ତଥା ଯୁବକ ଓ କୃଷକଙ୍କୁ ପ୍ରଲୋଭିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଇଥିଲା । ଅନ୍ୟପଟେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଭାଜପା ଏବଂ ଆରଏସଏସ ଉପରେ ଟାରଗେଟ କରି କହିଥିଲେ କି ଯୁବପିଢ଼ିଙ୍କ ସହିତ ଦେଶବାସୀଙ୍କ ‘ମୋଦି ମାୟା’ ରୁ ମୋହ ଭଙ୍ଗ ହେଉଛି କାରଣ ତାଙ୍କ ସରକାର ପୁଞ୍ଜିପତିଙ୍କ ସହ ମଧୁଚନ୍ଦ୍ରିକା କରିଛନ୍ତି । ମହାଅଧିବେଶନର ସମାପ୍ତି ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳୀୟ ରଣନୀତିର ଶଂଖନାଦ ଦେଇଥିଲେ ।