୮୪ ତମ ବାୟୁସେନା ଦିବସ : ଗାଜିଆବାଦର ହିଣ୍ଡନ ଏୟାରଫୋର୍ସ ବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

40

କନକ ବ୍ୟୁରୋ : ଆକାଶରେ ବାୟୁସେନାର କୌଶଳ ପ୍ରଦର୍ଶନ । ବାୟୁସେନା ଦିବସ ଅବସରରେ ଗାଜିଆବାଦର ହିଣ୍ଡନ ଏୟାରଫୋର୍ସ ବେସରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ଆଜି ବାୟୁସେନାର ୮୪ତମ ପ୍ରତିଷ୍ଠା ଦିବସ ।

ସେନାର ଡ୍ରେସ ରିହର୍ସଲ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି । ଆଜି ଏୟାରଫୋର୍ସ ପକ୍ଷରୁ ପ୍ରଥମ ଥର ପାଇଁ ଯୁଦ୍ଧବିମାନ ‘ତେଜସ’ର ପ୍ରଦର୍ଶନ କରାଯିବାର ସମ୍ଭାବନା ରହିଛି । ୫ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ବାୟୁସେନାରେ ଏବେ ୧ଲକ୍ଷ ୭୦ ହଜାର କର୍ମଚାରୀ ଅଛନ୍ତି । ବିଶ୍ୱର ଚତୁର୍ଥ ନମ୍ବରରେ ଥିବା ଭାରତୀୟ ବାୟୁସେନା ଏବେ ଶତ୍ରୁ ପକ୍ଷର ମୁକାବିଲା କରିବା ପାଇଁ ବେଶ୍ ପ୍ରସ୍ତୁତ ।

୧୯୩୨ମସିହା ଅକ୍ଟୋବର ୮ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେହି ସମୟରେ ଭାରତୀୟ ବାୟୁସେନା ବ୍ରିଟେନର ରୟାଲ ଫୋର୍ସର ସହାୟକ ଭାବେ ପ୍ରସ୍ତୁତ ହୋଇଥିଲା । ୧୯୩୨ ଆଇଏଏଫ୍ ଆକ୍ଟ ଅନୁଯାୟୀ ରୟାଲ ଏୟାର ଫୋର୍ସ ସହ ଭାରତୀୟ ବାୟୁସେନାକୁ ଯୋଡା ଯାଇଥିଲା । ଏହାସହ ରୟାଲ ଏୟାରଫୋର୍ସର ୟୁନିଫର୍ମ ଓ ଅନ୍ୟାନ୍ୟ ଜିନିଷକୁ ଆପଣେଇଛି ଭାରତୀୟ ବାୟୁସେନା । ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।