ଭାରତୀୟ ସେନାରେ ଖାଲି ପଡିଛି ୮୪ ହଜାରରୁ ଅଧିକ ପଦବୀ, ଖୁବଶୀଘ୍ର ଦିଆଯିବ ନିଯୁକ୍ତି !

222

ଭାରତୀୟ ସେନାରେ ଖୁବଶୀଘ୍ର ନିଯୁକ୍ତି ପ୍ରକିୟା ଆରମ୍ଭ ହେବାକୁ ଯାଉଛି । ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଭାରତୀୟ ସେନାରେ ୮୪୦୩୭ଟି ପଦ ଖାଲି ପଡିଛି । ଯେଉଁଥିରେ ସିଆରପିଏଫର ସର୍ବାଧିକ ୨୨ ହଜାର ୯୮୦ଟି ପଦ ଖାଲି ପଡିଛି । ଏନେଇ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ କିରଣ ରିଜଜୁ ରାଜ୍ୟସଭାରେ ଉତ୍ତର ଦେଇଛନ୍ତି ।

କିରଣ ରିଜଜୁଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତରରେ କୁହାଯାଇଛି ଯେ, ସୀମା ସୁରକ୍ଷା ବଳରେ ୨୧,୪୬୫ଟି ପଦ ଖାଲି ଥିବା ବେଳେ ସଶସ୍ତ୍ର ସୀମା ବଳରେ ୧୮,୧୦୨ଟି ପୋଷ୍ଟ ଫାଙ୍କା ପଡିଛି । ଅନ୍ୟପଟେ ସିଆଇଏସଫରେ ୧୦,୪୧୫ ପଦ ଫାଙ୍କା ଥିବା ବେଳେ ଭାରତ-ତିବ୍ଦତ ସୀମା ପୋଲିସରେ ୬୬୪୩ ଓ ଆସାମ ରାଇଫଲ୍ସରେ ୪୪୩୨ଟି ପଦ ଫାଙ୍କା ପଡିଛି ।ଏହି ପଦ ଗୁଡିକରେ ଏବେ ଭର୍ତ୍ତି ପାଇଁ ସରକାର ଅଣ୍ଟା ଭିଡିଛନ୍ତି ।

ଏସବୁ ଭିତରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସିଏପିଏଫ ୭୬,୫୭୮ଟି ଖାଲିଥିବା ପଦରେ ଭର୍ତ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଯେଉଁଥିରେ ୭୬୪୬ଟି ସିଟ୍ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏସଏସସି, ୟୁପିଏସସି ମାଧ୍ୟମରେ ଏହି ପଦ ଗୁଡିକରେ ନିଯୁକ୍ତି ଦିଆଯିବ ।