୮୩ ବର୍ଷିୟ ବରକୁ ୩୦ ବର୍ଷୀୟ କନିଆ ! ଜାଣନ୍ତୁ କେଉଁ ପରିସ୍ଥିତରେ ହେଲା ବିବାହ ଆଉ କାରଣ କ’ଣ ଥିଲା ?

47

୮୩ ବର୍ଷିୟ ବରକୁ ୩୦ ବର୍ଷୀୟ କନିଆ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ । ଘଟଣାଟି ଘଟିଛି ରାଜସ୍ଥାନର କରୌଲୀ ଜିଲ୍ଲାର କୁଡ଼ଗାଁରେ । ଏଠାରେ ଜଣେ ୮୩ ବର୍ଷିୟ ବୃଦ୍ଧ ତାଙ୍କ ବୟସର ଅଧାରୁ କମ୍ ବୟସର ଜଣେ ମହିଳାଙ୍କୁ ବିବାହ କରି ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ସୂଚନା ଅନୁସାରେ ବୃଦ୍ଧ ଜଣକ ନିଜ ସମ୍ପତ୍ତି ପାଇଁ ଏକ ଉତ୍ତରାଧିକାରୀ ଚାହୁଁଥିବାରୁ ସେ ଏହି ବିବାହ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ସୈମରଦା ଗାଁ ନିବାସୀ ୮୩ ବର୍ଷି ସୁଖରାମ୍ ବେରୱା ନିଜ ବୟସରୁ ଅଧାରୁ ବି କମ୍ ଜଣେ ଯୁବତୀଙ୍କ ସହ ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି । ଏହା ତାଙ୍କର ଦ୍ୱିତୀୟ ବିବାହ । ଆଖପାଖ ଅଂଚଳରେ ତାଙ୍କ ବିବାହ ବିଷୟରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ ଏହା ତାଙ୍କର ଦ୍ୱିତୀୟ ବିବାହ । ପ୍ରଥମ ସ୍ତ୍ରୀ ଏବେ ବି ଜୀବିତ ଅଛନ୍ତି । ତେବେ ପୁତ୍ର ମୋହରେ ସେ ଏହି ବିବାହ କରୁଛନ୍ତି । ଆଗକୁ ପୁଅ ହେବ ଏଇ ଆଶାରେ ହେି ବିବାହ କରିଛନ୍ତି । ୮୩ ବର୍ଷୀୟ ବୃଦ୍ଧ ସୁଖରାମ ବେରୱା ନିଜ ଠାରୁ ୫୩ ବର୍ଷ ବୟସ ସାନ ୩୦ ବର୍ଷୀୟା ରମେଶ ଜୀ ଦେବୀଙ୍କୁ ଦି୍ୱତୀୟ ବିବାହ କରିଛନ୍ତି । ସୁଖରାମଙ୍କର ପ୍ରଥମ ପତ୍ନୀ ଥିଲେ ମଧ୍ୟ ପୁତ୍ର ସନ୍ତାନଟିଏ ନଥିବାରୁ ନିଜର ବଂଶବୃଦ୍ଧି ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି । କେବଳ ଏତିକି ନୁହେଁ ବରଂ ହିନ୍ଦୁ ପରମ୍ପରା ଅନୁସାରେ ବିବାହର ସମସ୍ତ ବିଧିକୁ ସଂପୂର୍ଣ୍ଣ କରିଛନ୍ତି । ବେଶ୍ ଧୁମଧାମରେ ତଥା ସମସ୍ତଙ୍କ ଉପସ୍ଥିତିରେ ସେ ରମେଶ ଦେବୀଙ୍କୁ ବିବାହ କରିଥିଲେ ।

ଖବର ମୁତାବକ, ୨ ବର୍ଷ ପୂର୍ବରୁ ସୁଖରାମଙ୍କର ୩୦ ବର୍ଷୀୟ ପୁଅର ମୃତ୍ୟୁ ହୋଇଥିଲା । ଯେଉଁଥି ପାଇଁ ସେ ଦ୍ୱିତୀୟ ବିବାହ କରିବା କଥା ଚିନ୍ତା କରିଥିଲେ । ସୁଖରାମ ଓ ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ସେ ତାଙ୍କ ସଂମ୍ପତ୍ତିର ଉତ୍ତରାଧିକାରୀ ପାଇଁ ବିବାହ କରିଛନ୍ତି । ସୁଖରାମଙ୍କ ବିବାହରେ ତାଙ୍କ ଝିଅ, ଜ୍ୱାଇଁ ସହିତ ଅନ୍ୟ ବନ୍ଧୁ ପରିଜନ ମଧ୍ୟ ଉପସ୍ଥିତ ଥିଲେ ।