୮୩ ପ୍ରତିଶତ ଭାରତୀୟ ନେଇପାରନ୍ତି ନାହିଁ ଛୁଟି ! କର୍ମଚାରୀଙ୍କ ଅଭାବ ଏକ ମୁଖ୍ୟ କାରଣ

29

ଆଜିକା ସମୟରେ ସମସ୍ତେ କିଛି ନାଁ କିଛି କାମ କରିବା ପାଇଁ ଭଲ ପାଉଛନ୍ତି । କାରଣ ଖାଲିରେ ଘରେ ବସି ନରହି କାମ କରିବା ନିହାତି ଭଲ କଥା । ସମୟ କଟିିବା ସହ ଅଧିକ ଆୟ କରିବା ସମସ୍ତଙ୍କର ଲକ୍ଷ୍ୟ । କାରଣ ନିଜର ଚାହିବା ପୂରଣ ପାଇଁ କାମ ବା ଚାକିରି କରିବା ନିହାତି ଜରୁରୀ । ବଜାର ଦରକୁ ଦୃଷ୍ଟିରେ ରଖିଲେ ଜଣାପଡ଼ୁଛି ଘରର ସମସ୍ତ ସଦସ୍ୟ କାମ କଲେ ମଧ୍ୟ ଚାହିଦା ମେଣ୍ଟାଇବା ସମ୍ଭବପର ହୋଇପାରୁ ନାହିଁ । ତେବେ ଚାକରି କରିବା ସହ ଅନେକ ଲୋକ ବିଷାଦର ଶିକାର ହେଉଛନ୍ତି । ଆଉ ଏହାର ମୁଖ୍ୟ କାରଣ ହେଲା ଛୁଟି । କମ୍ପାନିଗୁଡ଼ିକ ଦରକାର ମୁତାବକ କର୍ମଚାରୀ ନିଯୁକ୍ତ କରୁ ନାହାନ୍ତି । ଯାହାର ପ୍ରଭାବରେ ନିଯୁକ୍ତ ହୋଇଥିବା କର୍ମଚାରୀମାନେ ଛୁଟି ନେଇ ପାରୁ ନାହାନ୍ତି । ନିକଟରେ ଏନେଇ ଏକ ସର୍ଭେ ହୋଇଥିଲା । ସର୍ଭେ ଅନୁସାରେ ଭାରତରେ ପ୍ରାୟ ୮୩ ପ୍ରତିଶତ କର୍ମଚାରୀ ଛୁଟି ନେଇ ପାରନ୍ତି ନାହିଁ । ଆଉ ଏହାର ମୁଖ୍ୟ କାରଣ ହେଲା କର୍ମଚାରୀଙ୍କ ଅଭାବ । ଛୁଟି ନେବାରେ ଓ ବୁଲାବୁଲି କରିବା ମାମଲାରେ ଭାରତ ଦୁନିଆରେ ୫ମ ସ୍ଥାନରେ ରହିଛି । ଗ୍ଲୋବାଲ ଟ୍ରାଭେଲ ପୋର୍ଟାଲ ଏକ୍ସପଇିଡ଼ିଆ ସର୍ଭେ କରି ୨୦୧୭ର ଏକ ତାଲିକା ପ୍ରସ୍ତୁୁତ କରିଛି ।

ରିପୋର୍ଟ ଅନୁସାରେ ୩୦ ଦେଶର କର୍ମଚାରୀଙ୍କୁ ଛୁଟି ନେବା, ନନେବା ଓ ଏହାର କାରଣ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଆଉ ଏହି ଅଧ୍ୟୟନରୁ ଜଣାପଡ଼ିଛି ଭାରତ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି । ତେବେ ଏହି ତାଲିକାରେ ପ୍ରଥମେ ରହିଛି ଦକ୍ଷିଣ କୋରିଆ । ଦ୍ୱିତୀୟରେ ଫ୍ର୍ରାନ୍ସ, ତୃତୀୟରେ ମାଲେସିୟା ଓ ଚତୁର୍ଥ ସ୍ଥାନରେ ହଂକଂ ରହିଛି । ଅନ୍ୟପଟେ ସବୁଠାରୁ ଅଧିକ ଛୁଟି ନେଉଥିବା ଦେଶମାନଙ୍କର ମଧ୍ୟ ଏକ ତାଲିକା ପ୍ରସ୍ତୁୁତ କରାଯାଇଛି । ଯେଉଁଠି ନରୱେ, ନେଦରଲାଣ୍ଡ, ଆୟରଲାଣ୍ଡ, ସ୍ୱିଡ଼େନ୍ ଓ ତାଇୱାନ ଆଦି ଦେଶ ସାମିଲ ଅଛନ୍ତି ।

ତେବେ ସୂଚନା ଅନୁସାରେ ୮୩ ପ୍ରତିଶତ ଭାରତୀୟ ବିଭିନ୍ନ କାରଣରୁ ଛିୁଟି ନେଇ ପାରନ୍ତି ନାହିଁ । ପ୍ରାୟ ୧୦ରୁ ୩ ଜଣ କର୍ମଚାରୀ ଚାହିଁଲେ ମଧ୍ୟ ଛୁଟି ନେଇ ପାରନ୍ତି ନାହିଁ । କାରଣ ଆଜିକାଲି କମ୍ପାନି ଗୁଡ଼ିକ କାମ ଅଧିକ ଥିଲେ ମଧ୍ୟ ସେତିକି ପରିମାଣର କର୍ମଚାରୀ ନିଯୁକ୍ତ କରୁନାହାନ୍ତି । ଯାହାର ପ୍ରଭାବ ପଡ଼ୁଛି । ଯଦ୍ୱାରା କର୍ମଚାରୀମାନେ ବୁଲାବୁଲି ନକରିବା ଯୋଗୁଁ ବିଷାଦର ମଧ୍ୟ ଶିକାର ହେଉଛନ୍ତି ।

ଅନ୍ୟପଟେ ସୂଚନା ଜଣାପଡ଼ିଛି ୧୦ରୁ ୪ ଜଣ କର୍ମଚାରୀ ଛୁଟିରେ ମଧ୍ୟ ଇମେଲ ଚେକ୍ କରନ୍ତି । ରିପୋର୍ଟ ଅନୁସାରେ ୧୦ରୁ ୫ ଏପରି କର୍ମଚାରୀ ଅଛନ୍ତି ଯେଉଁମାନେ ଛୁଟି ସମୟରେ ବହୁତ ଖୁସି ଥାଆନ୍ତି । ତାଲିକାରୁ ଜଣାପଡ଼ିଛି କାମ ଯୋଗୁଁ ୬୭ ପ୍ରତିଶତ କର୍ମଚାରୀଙ୍କୁ ନିଜର ଛୁଟି କ୍ୟାନସେଲ୍ କରିବା ପାଇଁ ପଡ଼େ । ଆଉ ୫୫ ପ୍ରତିଶତ୍ କର୍ମଚାରୀ ଏପରି ଅଛନ୍ତି ଯେଉଁମାନଙ୍କୁ ଛୁଟି ମିଳେ ନାହିଁ । ୨୯ ପ୍ରତିଶତ କମଚାରୀ ଅଫିସରେ ଷ୍ଟାଫ୍ ଅଭାରୁ ଛୁଟି ନେଇପାରନ୍ତି ନାହିଁ ।