କେନ୍ଦ୍ରାପଡା ଜିଲ୍ଲାରେ ରାସନ କାର୍ଡ ନେଇ ଅଭିଯୋଗ ! କୌଣସି କାରଣ ନ ଦର୍ଶାଇ ୮୨ଟି ଅସହାୟ ପରିବାରର ରାସନ କାର୍ଡ କାଟିଦେଲା ପ୍ରଶାସନ

57

କନକ ବ୍ୟୁରୋ : ଗରିବ ଲୋକଙ୍କ ସହ ପ୍ରଶାସନର ମନମାନି । ୮୨ଟି ଅସହାୟ ପରିବାରର ରାସନ କାର୍ଡ କାଟିଦେଲା ପ୍ରଶାସନ । କୌଣସି କାରଣ ନ ଦେଖାଇ ସେମାନଙ୍କୁ ହିତାଧିକାରୀ ତାଲିକାରୁ ବାଦ ଦିଆଗଲା । ଯାହାକୁ ନେଇ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ପାରିନୂଆପଡା ପଂଚାୟତର ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ରାସନ କାର୍ଡ କାଟି ଦେବା ନେଇ ଅଭିଯୋଗ ହେବା ପରେ ତଦନ୍ତ ପାଇଁ ପଂଚାୟତକୁ ଆସି ରାଜକନିକା ବିଡ଼ିଓ ଏବଂ ଯୋଗାଣ ଅଧିକାରୀ ହଟହଟା ହୋଇଛନ୍ତି । ଉତ୍ତ୍ୟକ୍ତ ଲୋକେ ୨ଅଧିକାରୀଙ୍କୁ କିଛି ସମୟ ଅଟକ ରଖି ପରେ ଛାଡି ଦେଇଥିଲେ । ତେବେ ତଦନ୍ତ ପରେ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ରାସନ କାର୍ଡ ଦିଆଯିବ ବୋଲି ବିଡ଼ିଓ କହିଛନ୍ତି ।

ପ୍ରଶାସନ ଯୋଗ୍ୟ ହିତାଧିକାରୀ ଚୟନ କଥା କହୁଛନ୍ତି । ଅନ୍ୟପଟେ ହିତାଧିକାରୀଙ୍କ ଅଭିଯୋଗ ପଂଚାୟତ ନିର୍ବାଚନରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେଇନଥିବା ଲୋକଙ୍କ ରାସନ କାର୍ଡକୁ ଆକ୍ରୋଶମୂଳକ ଭାବେ କାଟି ଦିଆଯାଇଛି ।

ଦେଖନ୍ତୁ ଏହି ଭିଡିଓ –