କେନ୍ଦ୍ର ସରକାରଙ୍କ ନିଷ୍ପତି ! ଦେଶରେ ଖୁବଶୀଘ୍ର ଖୋଲିବ ୮୦୦୦ ନୂତନ ସିବିଏସଇ ସ୍କୁଲ ।

38

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି ଦେଶରେ ଖୁବ୍ ଶୀଘ୍ର ଖୋଲାଯିବ ନୂତନ ୮୦୦୦ ସିବିଏସଇ ସ୍କୁଲ । ଏନେଇ ପଡ଼ି ରହିଥିବା ୮୦୦୦ ସିବିଏସଇ ଆବେଦନ ଉପରେ ସମୀକ୍ଷା କରି ଏହି ନିର୍ଣ୍ଣୟ ନେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର । ଗତକାଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏନେଇ ଉପ-ଆଇନ୍ ଜାରି କରିଥିଲେ । ପୂର୍ବରୁ ଥିବା ମାନ୍ୟତା ସମ୍ବନ୍ଧି  ଆଇନ୍ ବହୁତ ଜଟିଳ ଥିଲା । ସେଥିପାଇଁ ଏସବୁ ଆବେଦନ ଦୀର୍ଘ ଦିନ ଧରି ପଡି ରହିଥିଲା । ଏବେ ନୂତନ ଉପ-ଆଇନରେ କୁହାଯାଇଛି ଯେ ଯଦି କୌଣସି ସ୍କୁଲ ପରୀକ୍ଷା ଅନିୟମିତତାରେ ଲିପ୍ତ ରହିଛି ତେବେ ଏହି ସ୍କୁଲର ମାନ୍ୟତାକୁ ରଦ୍ଦ କରାଯିବ।

ଏହି ଆଇନ ଅନୁଯାୟୀ ସିବିଏସଇ ସ୍କୁଲ ଖୋଲିବା ପ୍ରକ୍ରିୟା ସରଳୀକରଣ କରାଯାଇ ସଂପୂର୍ଣ୍ଣ ଭାବେ ପେପରଲେସ୍ କରି ଦିଆଯାଇଛି । ଏବଂ ସ୍କୁଲକୁ କେବଳ ଦୁଇଟି ଦସ୍ତାବିଜ୍ ଜମା କରିବାକୁ କୁହାଯାଇଛି । ଏହି ସବୁ ଆବେଦନ ଉପରେ ବିଚାର କରାଯାଇ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସବୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆରଇଟି  ଆଇନ୍ ଆଧାରରେ ବିଦ୍ୟାଳୟକୁ ମାନ୍ୟତା ତଥା ଏନଓସି ଦେବା ପାଇଁ ରାଜ୍ୟ ଶିକ୍ଷା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ରାଜସ୍ଵ  ବିଭାଗରୁ ମିଳୁଥିବା ଅନେକ ପ୍ରମାଣ ପତ୍ରର ଯାଞ୍ଚ କରିଥାଏ। ଏହା ପରେ ଆବେଦନ ମିଳିବା ପରେ ସିବିଏସଇ ହାର ପୁନଃ ଯାଞ୍ଚ କରିଥାଏ। ଏହି ପ୍ରକାରରେ ପୂରା ପ୍ରକ୍ରିୟା ଅଧିକ ଜଟିଳ ହୋଇଥାଏ  ।

କିନ୍ତୁ ବର୍ତ୍ତମାନ ସିବିଏସଇ ଦ୍ଵାରା ସ୍କୁଲର ନୀରିକ୍ଷଣ ପରିଣାମ ଆଧାରିତ ହେବ ଏବଂ ଶିକ୍ଷାର ଗୁଣବତ୍ତା ଉପରେ ଜୋର ଦିଆଯିବ। ତେଣୁ ସମଗ୍ର ଦେଶରେ ବର୍ତ୍ତମାନ ସୁଧା ୨୦,୭୮୩ ସ୍କୁଲ ସିବିଏସଇ ମାନ୍ୟତା ପ୍ରାପ୍ତ ଦ୍ୱାରା ପରିଚାଳିତ ହେଉଛି । ତେବେ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଉକ୍ତ ସିବିଏସଇ ସ୍କୁଲ ଗୁଡିକରେ ୧.୯ କୋଟି ଛାତ୍ର ଛାତ୍ରୀ ପଢୁଥିବା ବେଳେ ୧୦ ଲକ୍ଷରୁ ଅଧିକ ଶିକ୍ଷକ ଅଛନ୍ତି । ତେଣୁ ଏହି ଆଇନ୍ ଦ୍ୱାରା ନୂତନ ସିବିଏସଇ ସ୍କୁଲ ଅତି ସରଳୀକୃତ ଭାବେ ଖୋଲିପାରିବ । ଯାହା ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି ।