ମାନିବାକୁ ପଡିବ କୁନି ଝିଅର ସାହସିକତା ! ୪ ବନ୍ଧୁକଧାରୀ ଚୋରଙ୍କୁ ଏକୁଟିଆ କାବୁ କଲା ୮ ବର୍ଷୀୟ ବାଳିକା । ଭାଇରାଲ ହେଲା ଭିଡିଓ

31

ଫିଲିପାଇନ୍ସରେ ଜଣେ ୮ବର୍ଷୀୟା ନାବାଳିକା ନିଜ ସାହସର ପରିଚୟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୪ଜଣ ବନ୍ଧୁକଧାରୀ ଚୋରକୁ ସେ ଏକା କିପରି କାବୁ କରିବା ପାଇଁ ଚେଷ୍ଟା କରିଛି, ତାହା ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଭିଡ଼ିଓରେ ଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ନାବାଳିକାକୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି ।

ସୂଚନା ମୁତାବକ, ସବୁଦିନ ଭଳି ବ୍ରେଲ ମିନିଆ ଘର ବାହାରେ ଖେଳୁଥିବା ବେଳେ ତାଙ୍କ ମାତା-ପିତା କୌଣସି କାମରେ ବାହାରକୁ ଯାଇଥିଲେ । ସେମାନେ ଏକ କାରରେ ଫେରିବା ବେଳେ ବ୍ରେଲ୍ ରହୁଥିବା ଗଳିରେ କିଛି ଯୁବକ ସିଡ଼ି ବିକିବା ବାହାନାରେ ଆସି ବ୍ରେଲଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ । ଭିଡ଼ିଓରେ ୩-୪ଜଣ ଯୁବକ ବ୍ରେଲଙ୍କ ବାପାଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରୁଥିବା ବେଳେ ତାଙ୍କ ଘରୁ ଅନେକ ଜିନିଷ ଚୋରି କରିଥିଲେ । ଏ ସବୁ ହେଉଥିବାର ଦେଖୁଥିବା ବ୍ରେଲ ଚୋରମାନଙ୍କୁ ଖସି ପଳାଉଥିବା ଦେଖି ଜଣେ ଚୋରର ବ୍ୟାଗ୍ ଜୋରରେ ଧରି ଟାଣିଥିବାର ଦେଖା ଯାଇଥିଲା ।

କିନ୍ତୁ ଚୋର ଜଣଙ୍କ ବ୍ରେଲଙ୍କୁ ମାଡ଼ ମାରି ସେଠାରୁ ଖସି ଚାଲିଯାଇଥିଲେ । ଏହି ଘଟଣା ପରେ ବ୍ରେଲଙ୍କ ନାକରେ ଆଘାତ ଲାଗିଥିବା ବେଳେ ତାଙ୍କ ଶରୀରରେ ଅନେକ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ନିଜ ଜୀବନକୁ ଖାତିର ନକରି ଚୋର ସହ ଲଢ଼ିବାର ସାହାସ ଆଜି ବ୍ରେଲଙ୍କୁ ସୋସିଆଲ ମିଡ଼ିଆରେ ହିରୋ ବନାଇ ପାରିଛି ।