ଘରେ ଖାଇବା ପ୍ଲେଟ୍ ରେ ଥୁଆ ହୋଇଥିଲା ଡ୍ରଗ୍ସ, ଜଳଖିଆ ଭାବି ଅଧିକ ମାତ୍ରାରେ ଖାଇଦେଲା ପୁଅ । ତା’ ପରେ ଯାହା ହେଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

59

ଆମେରିକାର ଇଣ୍ଡିଆନାରେ ଜଣେ ୮ ବର୍ଷର ବାଳକ ଅତ୍ୟଧିକ ମାତ୍ରାରେ ନିଶା ସେବନ କରିବା ଦ୍ୱାରା ମୃତ୍ୟୁ ହୋଇଯାଇଛି । ପୁଲିସ ମୁତାବକ, ବାଳକଟି ଜଳଖିଆ ଭାବି ଅଧିକ ମାତ୍ରାରେ ୧୮୦ ଗୁଣ ଅଧିକ ନିଶା ମେଥ(ଏକ ପ୍ରକାରର ନିଶା ପଦାର୍ଥ) ଖାଇ ନେଇଥିଲା । ଏହି ମାମଲାରେ ପୁଲିସ ପିଲାର ବାପାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ୪୧ ବର୍ଷୀୟ ଗିଲବର୍ଟ କୋଲମ୍ୟାନ ନିଜ ଘରର ଖାଇବା ପ୍ଲେଟ୍ ରେ ଡ୍ରଗ୍ସ ଭର୍ତ୍ତି କରି ରଖିଥିଲେ । ତାଙ୍କ ପୁଅ ଭୋକ ବିକଳରେ ଭୁଲ୍ ରେ ତାକୁ ଖାଇଦେଇଥିଲା, ଯଦ୍ୱାରା ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା ।

ବେଆଇନ ଭାବେ ଡ୍ରଗ୍ସ ରଖିବା, ପୁଅର ମୃତ୍ୟୁ ଉପରେ ଅଯତ୍ନଶୀଳ ହେବା ଭଳି ଦୋଷ ନିର୍ଦ୍ଧାରିତ କରିଛି ପୁଲିସ । ସୂତ୍ରରୁ ଜଣାପଡିଛି ଯେ, ଯେତେବେଳେ ଗିଲବର୍ଟ କୁ ଜଣାପଡିଲା କି ତାଙ୍କ ପୁଅର ଅବସ୍ଥା ଡ୍ରଗ୍ସ ଖାଇବା କାରଣରୁ ଖରାପ ହୋଇଛି, ସେ ପୁଲିସ ବା ଆମ୍ବୁଲାନ୍ସ ଡାକିବା ବଦଳରେ ନିଜର ଜଣେ ସାଙ୍ଗକୁ ଫୋନ କରିଥିଲେ । ତାଙ୍କ ସାଙ୍ଗ ମଧ୍ୟ ଗିଲବର୍ଟକୁ ହସପିଟାଲ ନେବା ପାଇଁ କହିଥିଲେ, ହେଲେ ସେ ନିଜକୁ ମାରିଦେବେ ବୋଲି ଧମକାଇଥିଲେ ଓ ପୁଅ କର୍ଟିସ୍ କୁ ତା’ ଜେଜେମା’ ଙ୍କ ପାଖରେ ଛାଡି ଆସିଥିଲେ । ସେଠି ଲୋକମାନେ ତାଙ୍କୁ ବଂଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସେ ପର୍ଯ୍ୟନ୍ତ ବହୁତ ବିଳମ୍ବ ହୋଇସାରିଥିଲା ।