ସବୁଠାରୁ ଉଚ୍ଚ ପାହାଡକୁ ଚଢ଼ିବାରେ ସଫଳତା ହାସଲ କଲେ ଏହି ୮ବର୍ଷୀୟ ଭାରତୀୟ : ସବୁଠାରୁ କମ୍ ବୟସରେ ପାହାଡ ଚଢ଼ି ସୃଷ୍ଟି କରିଛନ୍ତି ବିଶ୍ୱ ରେକର୍ଡ

95

ହାଇଦ୍ରାବାଦର ୮ବର୍ଷୀୟ ବାଳକ ଅଷ୍ଟ୍ରେଲିୟାର ସବୁଠାରୁ ଉଚ୍ଚ ପାହାଡ ମାଉଣ୍ଟ କୋସିଅସ୍କୋ ଚଢ଼ିବାରେ ସଫଳତା ହାସଲ କରିଛନ୍ତି । ଏହା ପୂର୍ବରୁ ସମନ୍ୟୁ ପୋଠୁରାଜୁ ଆଫ୍ରିକାର ସବୁଠାରୁ ଉଚ୍ଚ ଶିଖରକୁ ଚଢ଼ିଥିଲେ । ରିପୋର୍ଟ ମୁତାବକ, ମା’ ଲାବନ୍ୟା ଓ ଭଉଣୀ ସହିତ ୫ଜଣିଆ ଟିମ୍ ସହିତ ସମନ୍ୟୁ ୧୨ ଡିସେମ୍ବରକୁ ମାଉଣ୍ଟ କୋସିଅସ୍କୋର ଶୀର୍ଷକୁ ପହଂଚିଥିଲେ ।

ସମନ୍ୟୁଙ୍କ କହିବାନୁସାରେ ସେ ଏପର୍ଯ୍ୟନ୍ତ ୪ଟି ପାହାଡ ଚଢ଼ି ସାରିଛନ୍ତି । ସମନ୍ୟୁ ଆଗକୁ ଜାପାନର ମାଉଣ୍ଟ ଫୁଜି କୁ ଚଢ଼ିବାର ଆଶା ରଖିଛନ୍ତି । ସେ ବଡ ହୋଇ ଏୟାରଫୋର୍ସ ଅପିସର ହେବାକୁ ଚାହୁଁଛନ୍ତି । ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ପାଇଁ ସମନ୍ୟୁଙ୍କ ସହିତ ପୁରା ଟିମ୍ ତେଲେଙ୍ଗାନା ହ୍ୟାଣ୍ଡଲୁମ୍ କପଡା ପିନ୍ଧିଥିଲେ । ଏହା ପୂର୍ବରୁ ତାଙ୍କ ଟିମ୍ ତାଂଜାନିଆର କିଲିମାଂଜରୋର ଉହୁରୁ ର ଶୀର୍ଷକୁ ଚଢ଼ିଥିଲେ । ୨ ଏପ୍ରିଲ ୨୦୧୮ରେ ସେ ସମୁଦ୍ର ପତନ ଠାରୁ ୫୮୯୫ ମିଟର ଉଚ୍ଚରେ ତ୍ରିରଙ୍ଗା ଉଡାଇଥିଲେ । ସମନ୍ୟୁ କହିଛନ୍ତି କି, ମା’ ଲାବନ୍ୟା ଓ କୋଚ୍ ଥାମ୍ମିନେନି ଭାରଥଙ୍କ ଠାରୁ ତାଙ୍କୁ ଅଧିକ ପ୍ରେରଣା ମିଳେ । ମାଉଣ୍ଟ କିଲିମାଂଜରୋରେ ଚଢ଼଼ିବା ସମୟରେ ସମନ୍ୟୁ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ଏହା ପୂର୍ବରୁ ସବୁଠାରୁ କମ୍ ବୟସରେ ଚଢିବାର ରେକର୍ଡ ଆମେରିକାର ମୋଂଟନ୍ନା କେନ୍ନେଙ୍କ ନାମରେ ଥିଲା । କିନ୍ତୁ ତାଙ୍କ ଠାରୁ କମ୍ ବୟସରେ ଚଢ଼ିବାର ରେକର୍ଡ ସମନ୍ୟୁଙ୍କ ନାମରେ ହୋଇଗଲା ।