ଗରୁଶିଷ୍ୟ ସମ୍ପର୍କରେ କଳଙ୍କ ! ଆଠ ଜଣ ଶିକ୍ଷକଙ୍କ ଗଣଦୁଷ୍କର୍ମର ଶିକାର ହେଲେ ଛାତ୍ରୀ

75

ବିକାନେର ଜିଲ୍ଲା ନୋଖାର ରାଜନବାସୀ ବେସରକାରୀ ସ୍କୁଲର ଘଟିଛି ଅତି ଲଜ୍ଜାକର ଓ ନିନ୍ଦନୀୟ ଘଟଣା, ଯାହାଶୁଣି ଦୁନିଆ ଉପରୁ ଭରଷା ଉଠିଯିବ । ଏଠାରେ ୧୨ ବର୍ଷିୟ ଜଣେ ଛାତ୍ରୀ ସାମୂହିକ ଦୁଷ୍କର୍ମର ଶିକାର ହୋଇଛନ୍ତି । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି କୁକର୍ମ ଆଉ କେହି ନୁହଁ, କରିଛନ୍ତି ସ୍କୁଲର ଆଠ ଜଣ ଶିକ୍ଷକ । କେବଳ ଏତିକି ନୁହଁ ଅଭିଯୁକ୍ତ ଆଠ ଜଣ ଶିକ୍ଷକ ନିଜର କୁକର୍ମକୁ ଲୁଚାଇବା ପାଇଁ ଅଶ୍ଳୀଳ ଭିଡିଓ ତିଆରି କରି ସାର୍ବଜନୀନ କରିବା ପାଇଁ ଛାତ୍ରୀଙ୍କୁ ଧକମ ମଧ୍ୟ ଦେଉଥିଲେ । ଏପରି ଏକ ସୂଚନା ପ୍ରକାଶ ପାଇଛି ରାଜସ୍ତାନ ପତ୍ରିକାରେ ।

ସୂଚନାରୁ ଜଣାପଡିଛି ଛାତ୍ରୀ ଜଣକ ୨୦୧୫ ରେ ରାଜନବାସୀ ବେସରକାରୀ ସ୍କୁଲର ପାଠ ପଢୁୁଥିଲେ । ତା’ର କହିବା ଅନୁସାରେ ଦିନେ ସ୍କୁଲରେ ଛୁଟିହେବା ପରେ ଅଭିଯୁକ୍ତ ଶିକ୍ଷକମାନେ ପଢାଇବା ବାହାନାରେ ତାକୁ ସ୍କୁଲର ଏକ କକ୍ଷକୁ ନେଇ ତା’ର ନଗ୍ନ ଭିଡିଓ ତିଆରି କରିଥିଲେ । ଅଶ୍ଳୀଳ ଭିଡିଓ ତିଆରି କରିବା ପରେ ଅଭିଯୁକ୍ତ ୮ ଶିକ୍ଷକ ଜଣେ ପରେ ଜଣେ ପ୍ରତିଦିନ ଛାତ୍ରୀ ଜଣକୁ ନିଜ କାମନା ବାସନାର ଶିକାର ବନାଇଥିଲେ । ଅଶ୍ଳୀଳ ଭିଡିଓ ବାହାରେ ପ୍ରଘଟ ହେବା ଭୟରେ ଛାତ୍ରୀ ଜଣକ ଘରେ ମଧ୍ୟ ଏନେଇ କିଛି କହିପାରୁ ନଥିଲେ ।

ଏସବୁ କୁକର୍ମକୁ ଲୁଚାଇବା ପାଇଁ ଛାତ୍ରୀଙ୍କୁ ଅଭିଯୁକ୍ତମାନେ ଏକ ପ୍ରକାର ଔଷଧ ମଧ୍ୟ ଖାଇବା ପାଇଁ ଦେଉଥିଲେ । ସବୁଦିନ ଏପରି ମେଡିସିନ ଖାଇବା ଦ୍ୱାରା ଛାତ୍ରୀ ଜଣକର ରକ୍ତଶ୍ରାବ ଆରମ୍ଭ ହୋଇ ଯାଇଥିଲା । ଶେଷରେ କଷ୍ଟ ସହିନପାରି ଛାତ୍ରୀ ଜଣକ ତା’ର ମା’କୁ ସବୁ ଘଟଣା କହିଥିଲା । ଏକଥା ଜଣାପଡିବା ପରେ ପରିବାର ଲୋକ ପଞ୍ଚାୟତ ମୁଖିଆକୁ ନେଇ ଅଭିଯୁକ୍ତ ଶିକ୍ଷକଙ୍କୁ ପାଖକୁ ଗଲେ । କିନ୍ତୁ ଅଭିଯୁକ୍ତ ମାନେ ଡରିବା ପରିବର୍ତ୍ତେ ଭିଡିଓକୁ ଇଣ୍ଟରନେଟରେ ଭାଇରାଲ କରି ଛାତ୍ରୀକୁ ବଦନାମ କରିବା ପାଇଁ ଧକମ ଦେଇଥିଲେ ।

କେବଳ ଏତିକି ନୁହଁ ସେମାନଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିବା ପରେ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ଶେଷରେ ପରିବାର ଲୋକେ ଏନେଇ ପୋଲିସରେ ଅଭିଯୋଗ କରିଥିଲେ । ଏପରି ଏକ ସମ୍ବେଦନଶୀଳ ଓ ଘୃଣ୍ୟ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ଯାଞ୍ଚ କରି ଅଭିଯୁକ୍ତକ ଶିକ୍ଷକ ମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି ।