ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ! ୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ ଏବଂ ୪ଜଣ ଇନଭିଜିଲେଟର ସସପେଣ୍ଡ ।

318

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ । ଭାଇରାଲ ଘଟଣାକୁ ବୋର୍ଡ ପକ୍ଷରୁ ସ୍ୱୀକାର କରାଯାଇଥିବା ବେଳେ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ ସସପେଣ୍ଡ କରାଯାଇଛି । ସେହିପରି ୪ଟି ପରୀକ୍ଷା କେନ୍ଦ୍ରର ଇନଭିଜିଲେଟରଙ୍କୁ ମଧ୍ୟ ସସପେଣ୍ଡ କରିଛି ଉଚ୍ଚଶିକ୍ଷା ବିଭାଗ । ଏହି ପରୀକ୍ଷା କେନ୍ଦ୍ର ଗୁଡିକ ମଧ୍ୟରେ ନୂଆପଡା ଜିଲ୍ଲାର ୨ଟି, କୋରାପୁଟ ଓ ଢେଙ୍କାନାଳର ଗୋଟିଏ ସେଣ୍ଟର ରହିଛି । ତେବେ ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ପୋଲିସ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ଜାହାନାରା ବେଗମ୍ । 

ସରିଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ ସେଂଟରରେ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନରେ ପ୍ରରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଆରମ୍ଭର ମାତ୍ର ୧୦ ମିନିଟ୍ ପରେ  ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା ପ୍ରଶ୍ନପତ୍ର ।