ଗାର୍ଡଙ୍କୁ ହତ୍ୟା କରି ଭୋପାଳ ସେଣ୍ଟ୍ରାଲ୍‌ ଜେଲ୍‌ରୁ ୮ ସିମି ଆତଙ୍କବାଦୀ ଚମ୍ପଟ୍‌

19

କନକ ବ୍ୟୁରୋ : ଜେଲରେ ସୁରକ୍ଷାକର୍ମୀଙ୍କୁ ହତ୍ୟାକରି ଚମ୍ପଟ ମାରିଲେ ସିମି ଆତଙ୍କବାଦୀ । ଭୋପାଳ ସେଂଟ୍ରାଲ ଜେଲରୁ ୮ ସିମି ଆତଙ୍କବାଦୀ ଫେରାର ହୋଇଯାଇଛନ୍ତି । ଫେରାର ୮ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗତ ଫେବୃୟାରୀରେ ରାଉରକେଲାରୁ ଗିରଫ କରାଯାଇଥିଲା । ଏମାନେ ୨୦୧୩ରେ ଖଣ୍ଡୱା ଜେଲରେ ୨ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।