ସୁନ୍ଦରଗଡ ଲହୁଣିପଡାରେ ଅଭାବନୀୟ ଘଟଣା ! ଜ୍ୱର ଭଲ କରିଦେବା ନାଁରେ ୮ ମାସର ଶିଶୁପୁତ୍ରକୁ ଚେଙ୍କ

21

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଅନ୍ତର୍ଗତ ରେଙ୍ଗାଳବେଡା ଗାଁରେ ୮ ମାସର ଶିଶୁ ପୁତ୍ରକୁ ଚେଙ୍କ ଦିଆଯାଇଛି । ଗାଁର ବୁଧମୁଣ୍ଡାର ୮ ମାସର ଶିଶୁପୁତ୍ରକୁ ଜ୍ୱର ହୋଇଥିଲା । ଆଉ ଜ୍ୱର ଭଲ କରିବା ଲାଗି ଗାଁର ଜନୈକ ବ୍ୟକ୍ତି ପ୍ରାୟ ୧୦୦ ଚେଙ୍କ ଦେଇଛନ୍ତି । ଗୁରୁତର ଅବସ୍ଥାରେ ଶିଶୁଟିକୁ ଲହୁଣିପଡା ଡାକ୍ତରଖାନାରେ ଭର୍ତି କରାଯାଇଛି । ଶିଶୁପୁତ୍ରର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।